ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୋଧରେ ସଙ୍ଗୀନ୍ ଅଭିଯୋଗ: ଛାତ୍ରଛାତ୍ରୀଙ୍କୁ ନିମ୍ନ ମାନର ସାମଗ୍ରୀ ଦେବାସହ ବିଲ୍ ହେରଫେର କରିଥିବା ଅଭିଯୋଗ ଆଣିଲେ ସ୍କୁଲ କମିଟି ସଦସ୍ୟ ଓ ଅଭିଭାବକ

Spread the love
ବାଲିଗୁଡ଼ା: (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ୍ କଲୋନୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଓ କସ୍ତୂରବା ଗାନ୍ଧୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୋଧରେ ସଙ୍ଗୀନ୍ ଅଭିଯୋଗ । ଛାତ୍ରଛାତ୍ରୀଙ୍କୁ ନିମ୍ନ ମାନର ସାମଗ୍ରୀ ଦେବାସହ ବିଲ୍ ହେରଫେର କରିଥିବା ଅଭିଯୋଗ ଆଣିଲେ ସ୍କୁଲ କମିଟି ସଦସ୍ୟ ଓ ଅଭିଭାବକ । ଅଭିଯୋଗ ପ୍ରକାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ  ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କ ସହ ଆଲୋଚନା ନକରି ବିଦ୍ୟାଳୟ ନିମନ୍ତେ ବିଭିନ୍ନ ସାମଗ୍ରୀ କିଣିବା ସହ ବଜାର ଦର ଠାରୁ ଅଧିକ ଦରର ବିଲ୍ ପ୍ରସ୍ତୁତ କରି ବିଦ୍ୟାଳୟର ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସରକାର ଦେଇଥିବା ଟଙ୍କା ଆତ୍ମସାତ କରୁଛନ୍ତି । ଛାତ୍ରଛାତ୍ରୀଙ୍କୁ ନିମ୍ନ ମାନର ଚପଲ ଦିଆଯାଉଛି । କମ୍ପୋଜିଟ୍ ଗ୍ରାଣ୍ଟ୍ ବାବଦକୁ ଆସିଥିବା ୫୦ ହଜାର ଟଙ୍କା ହଡ଼ପ କରିବା ସହ ସ୍କୁଲକୁ ରଙ୍ଗ ନକରି ରଙ୍ଗ ବାବଦକୁ ଆସିଥିବା ଟଙ୍କା ଉଠାଇ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ କୋଭିଡ୍ ସମୟରେ ଛାତ୍ରଛାତ୍ରୀଙ୍କ ପାଇଁ ଆସିଥିବା ଚାଉଳ ବିକ୍ରି କରି ଅଭିଭାବକମାନଙ୍କୁ ପୋକଡ଼ା ଚାଉଳ ଦିଆଯାଇଥିବା ବେଳେ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟରେ ନିମ୍ନମାନର ଖାଦ୍ୟ ଦେବାସହ ଛାତ୍ରାବାସରେ ସେମାନଙ୍କୁ ଗୋଡ଼ି ବୋହିବା,ଗ୍ୟାସ୍ ସିଲିଣ୍ଡର୍ ବୋହିବା ଆଦି କାର୍ଯ୍ୟରେ ନିୟୋଜିତ କରାଯାଉଥିବା ଅଭିଯୋଗ ଆସିଛି । ଅନ୍ୟପଟେ ବିଦ୍ୟାଳୟ ପାଇଁ କିଣାଯାଇଥିବା ସାମଗ୍ରୀ ଯଥା:- ଗଡ୍ରେଜ୍ ଆଲୁମିନା, ମୋବାଇଲ ଫୋନ୍,ପାଣିଟାଙ୍କି, ସୋଲାର୍ ଲାଇଟ୍, ରୋଷେଇ ପାଇଁ ବାସନ ଆଦି ସାମଗ୍ରୀ କିଣି ବଜାର ମୂଲ୍ୟ ଅପେକ୍ଷା ଅଧିକ ମୂଲ୍ୟର ବିଲ୍ ପ୍ରସ୍ତୁତ କରାଯାଇ ବିଦ୍ୟାଳୟ ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ ଆଣିଛନ୍ତି କମିଟି ସଦସ୍ୟ ଓ ଅଭିଭାବକ । ଏମିତିକି କୋଭିଡ୍ ସମୟରେ ଦୂରଦୂରାନ୍ତରେ ଥିବା ଅଭିଭାବକମାନେ ବିଦ୍ୟାଳୟରୁ ଚାଉଳ ନେଇନଥିବା ସତ୍ବେ ସେମାନଙ୍କ ନାମରେ ମିଥ୍ୟା ଦସ୍ତଖତ କରି ସେମାନେ     ଚାଉଳ  ନେଇଥିବା ଦର୍ଶାଯାଇଛି ଏବଂ ଚଳିତ ବର୍ଷର ରାସନ୍ ଖର୍ଚ୍ଚ ବାବଦକୁ ଆସିଥିବା ଟଙ୍କା ଏଯାଏଁ ପିଲାମାନଙ୍କୁ ଦିଆଯାଇନଥିବା ଅଭିଯୋଗ ହୋଇଛି । ଏ ନେଇ ପ୍ରଧାନ ଶିକ୍ଷୟତ୍ରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିନାହଁ l ଏଣୁ ଘଟଣାର ଉପଯୁକ୍ତ ତଦନ୍ତ କରି ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଓ ଅଭିଭାବକ । ଅନ୍ୟପଟେ ଯଥାଶୀଘ୍ର ଏହାର ଉଚିତ୍ ତଦନ୍ତ କରି ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି ସମୁହ ଗୋଷ୍ଠୀ ।

Related Posts

About The Author

Add Comment