ଜେନାପୁର,୨/୫ ,(ସନ୍ଧାନ ନିୟୁଜ୍): ଧର୍ମଶାଳା ବ୍ଲକ ଅନ୍ତର୍ଗତ ରାଇଛନ୍ଦା ପଂଚାୟତ ବାଲିକୁଦିଆ ପ୍ରାଥମିକ ସରକାରୀ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଲକ୍ଷ୍ମୀ ଧର ମଲ୍ଲ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ବୁଧବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। କଲାଣ୍ଡ ୟୁଜିଏମଇ ସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଧ୍ରୁବ ଚରଣ ରାଉତ ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ମଣ୍ଡଳ ସହ ଶିକ୍ଷାଧିକାରୀଣୀ ମମିତା ମହାନ୍ତି ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭ ରେ ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇ କୁନି କୁନି ପିଲା ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା। ଶିକ୍ଷକ ଲଛମନ ବାରିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ବୀରକିଶୋର ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ମୁଖ୍ୟ ବକ୍ତା ଭାବେ ଜାତୀୟ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ହରିହର ସାହୁ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ରାଜ୍ୟପାଳ ଙ୍କ ଦ୍ଵାରା ପୁରସ୍କୃତ ହୋଇଥିବା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ରଘୁନାଥ ମିଶ୍ର, ଆଞ୍ଚଳିକ ସାଧନା କେନ୍ଦ୍ର ସଂଯୋଜକ ମୁକୁନ୍ଦ ବିଦ୍ୟାପୀଠ ନିଖିଳ ନାରାୟଣ ଦେ,ଆଞ୍ଚଳିକ ସାଧନା କେନ୍ଦ୍ର ସଂଯୋଜକ ତାଳଜଙ୍ଗ ପ୍ରକାଶ ଚନ୍ଦ୍ର ନାୟକ,ଆଞ୍ଚଳିକ ସାଧନା କେନ୍ଦ୍ର ସଂଯୋଜକ ମୁକୁନ୍ଦପୁର ୟୁଜିଏମଇ ବିଦ୍ୟାଧର ବେହେରା,ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଅରିମୂଳ ଦେବେନ୍ଦ୍ର କୁମାର ସାମନ୍ତ,ପୂର୍ବତନ ସି ଆର ସି ସି ସୌରଭ ସ୍ନିଗ୍ଧ ପଟ୍ଟନାୟକ, ପ୍ରାଥମିକ ଶିକ୍ଷକ ସଂଘ ପୂର୍ବତନ ସଭାପତି ଅକ୍ଷୟ କୁମାର ମଲ୍ଲ,ଧର୍ମଶାଳା ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ଶ୍ରୀ ଯୁକ୍ତ ଯୁଗଳ କିଶୋର ଦାସ,ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ସହକାରୀ ଶିକ୍ଷୟିତ୍ରୀ ବିଜୟଲଷ୍ମୀ ମଲ୍ଲ ଧନ୍ୟବାଦ ଅର୍ପଣ କରିଥିଲେ।ବାଲିକୁଦିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ,ମୋ ସ୍କୁଲ ଅଭିଯାନ ପରିଚାଳନା କମିଟି ସଭାପତି ସନ୍ତୋଷ କୁମାର ଲେଙ୍କା,ପୁରାତନ ଛାତ୍ର ସଂସଦ ସଭାପତି ଅଶୋକ ସିଂ, ସ୍କୁଲ ପରିଚାଳନା କମିଟି ର ସଭାପତି ମନୋରଞ୍ଜନ ଭଞ୍ଜ ଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ ,ପରିଚାଳନା କମିଟି ସଭ୍ୟ ସଭ୍ୟା ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଅପରାହ୍ନ ରେ ଏକ ବିରାଟ ଶୋଭାଯାତ୍ରାରେ ବିଦାୟୀ ପ୍ରଧାନ ଶିକ୍ଷକଙ୍କୁ ଗ୍ରାମ ପରିକ୍ରମା କରାଯାଇ ତାଙ୍କ ବାସ ଭବନ କୁ ନିଆ ଯାଇଥିଲା।
ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା।
|
May 2, 2024 |