ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା

Spread the love

ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାସୁନ୍ଦରଗଡ ତା:୨୭/୬/୨୦୨୫( ସନ୍ଧାନ ନ୍ୟୁଜ) ସରକାର ଲୋକଙ୍କ ସୁବିଧା ପାଇଁ ବୀମା ମାଧ୍ୟମରେ ଏକ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି । ଏହା ଭିତରେ ପ୍ରଧାନମନ୍ତ୍ରୀ ବୀମା ଯୋଜନା ଅନେକ ଲାଭ ଦାୟକ ହେବ ବୋଲି ବିଶେଷ ଆକଲନ ରୁ ଜଣାପଡିଛି । ଏହି ଯାଜନା ପ୍ରତ୍ୟେକ ସାଧାରଣ ଲୋକଙ୍କ ପାଇଁ ଦୁର୍ଘଟଣାରୁ ବାହାରିବାକୁ ସାହାଯ୍ୟ କରିବାରେ ସହାୟକ ହେବ । ଏହି ଯୋଜନା ଅନ୍ତର୍ଗତ ଲୋକଙ୍କ ମୃତ୍ୟୁ,ଦୁଇ ହାତ ଗୋଡ କିମ୍ବା ଆଖି ବିକଳାଙ୍ଗ ଅବସ୍ଥାରେ ସରକାରଙ୍କ ତରଫରୁ ଦୁଇ ଲକ୍ଷ ଟଙ୍କା ପ୍ରଦାନ କରାଯିବ।ତା ସହିତ ଗୋଟିଏ ହାତ,ଗୋଡ କିମ୍ବା ଆଖି ବିକଳାଙ୍ଗ ଅବସ୍ଥାରେ ଏକ ଲକ୍ଷ ଟଙ୍କା ରାଶି ପ୍ରଦାନ କରାଯିବା ସୂଚନା ରହିଛି । କେବଳ ବର୍ଷରେ ମାତ୍ର କୋଡ଼ିଏ ଟଙ୍କା ରାଶି ଜମା କରି ଏହି ଯୋଜନାର ଲାଭ ଉଠାଇ ପାରିବେ । ସାଧାରଣ ଲୋକ କେହି ମଧ୍ୟ ଯାହାର ବୟସ ୧୮ ରୁ ୭୦ ବର୍ଷ ହୋଇଥିବା ସହିତ ଆଧାର, ବ୍ୟାଙ୍କ ଆକାଉଣ୍ଟ ଅଛି ଏହି ଯୋଜନାର ଅନ୍ତର୍ଭୁକ୍ତ ହୋଇପାରିବେ । ଏହି ଯୋଜନାରେ ଲାଭ ପାଇବାପାଇଁ ମାତ୍ର କୋଡ଼ିଏ ଟଙ୍କା ୩୧ ମଇ ମାସ ଭିତରେ ହେବା ଆବଶ୍ୟକ । ଏହି ଯୋଜନାର ଅବଧି ୧ଜୁନ ରୁ ୩୧ ମଇ ମାସ ପର୍ଯ୍ୟନ୍ତ ହୋଇଥାଏ । ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ବ୍ୟାଙ୍କରେ ଏକ କ୍ଲେମ ଫର୍ମ ଦ୍ଵାରା କରାଯାଇ ପାରିବ । ଏଥିପାଇଁ ମୃତ୍ୟୁ ପ୍ରମାଣ ପତ୍ର, ଏଫ୍ଆଇଆର କାଗଜ,ନୋମିନି ସହିତ ମୃତକ ବ୍ୟକ୍ତିଙ୍କ ପ୍ରମାଣ ପତ୍ର ସହିତ ବ୍ୟାଙ୍କ ପାଶବୁକ୍ ନିତାନ୍ତ ଆବଶ୍ୟକ ।ତା ସହିତ ବିକଳାଙ୍ଗ ଅବସ୍ଥାରେ ସରକାରୀ ଡାକ୍ତରଙ୍କ ଦ୍ଵାରା ଏକ ପ୍ରମାଣପତ୍ର ଆବଶ୍ୟକ ।ଏହାର ଲାଭ ପାଇବା ପାଇଁ ବ୍ୟାଙ୍କ ନଚେତ ଜନସେବା କେନ୍ଦ୍ର ସମ୍ପର୍କ କରନ୍ତୁ ।

Related Posts

About The Author

Add Comment