ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବ, ୬୦୦୦ ଅତିଥିଙ୍କ ପାଇଁ ରାଷ୍ଟ୍ରପତି ଭବନରେ ଚାଲିଛି ପ୍ରସ୍ତୁତି

Spread the love

ନୂଆଦିଲ୍ଲୀ,  ୨୯/୫ (ସନ୍ଧାନ ନିୟୁଜ) : ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ମୋଦୀ ଗୁରୁବାର ସନ୍ଧ୍ୟାରେ ୨ୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଗତ ଥର ଭଳି ଏଥର ମଧ୍ୟ ରାଷ୍ଟ୍ରପତି ଭବନରେ ବଡ଼ ସଂଖ୍ୟାରେ ଅତିଥିମାନେ ଏକତ୍ରିତ ହେବେ। ରାଷ୍ଟ୍ରପତି ଭବନରେ ଚାଲିଥିବା ପ୍ରସ୍ତୁତି ବୁଧବାର ସନ୍ଧ୍ୟାରେ ଏକ ପ୍ରକାରର ଅନ୍ତିମ ପର୍ଯ୍ୟାୟରେ ପହଂଚିଛି। ପ୍ରାୟ ୬ ହଜାର ଅତିଥିଙ୍କ ପାଇଁ ନିମନ୍ତ୍ରଣ ପଠାଯାଇଛି।

ସମସ୍ତ ସାଂସଦଙ୍କୁ ନିମନ୍ତ୍ରଣ ପଠାଯାଇଛି। ଗତ ଥର ଭଳି ଏଥର ମଧ୍ୟ ମଂଚ ପ୍ରସ୍ତୁତ ହେଉଛି। ଅତିଥିଙ୍କ ପାଇଁ ଟି ବ୍ୟବସ୍ଥା ହୋଇଥିବା ବେଳେ ବିଶେଷ ଅତିଥିଙ୍କ ପାଇଁ ରାତ୍ରି ଭୋଜନ ବ୍ୟବସ୍ଥା କରାଯାଇଛି।

ଗତ ଥର ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ସନ୍ଧ୍ୟା ୬ଟାରେ ଆରମ୍ଭ ହୋଇଥିଲା କିନ୍ତୁ ପ୍ରବଳ ଗରମ ଯୋଗୁଁ ଏଥର ରାତି ୭ଟାରୁ ଆରମ୍ଭ କରାଯିବାକୁ ନିଷ୍ପତ୍ତି ହୋଇଛି। ଶପଥ ଗ୍ରହଣ ପାଇଁ କାହାକୁ ନିମନ୍ତ୍ରଣ ପଠାଯିବ, ତାହା ରାଷ୍ଟ୍ରପତି ଭବନ ସହିତ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ସମନ୍ଵୟ ସହିତ କରାଯାଇଛି। ବିଜେପି ପକ୍ଷରୁ ଏହି ତାଲିକା ପଠାଯାଇଛି। କାରଣ ଶପଥ ଗ୍ରହଣ ସମାରୋହରେ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ଭାବନାକୁ ଦୃଷ୍ଟି ଦିଆଯାଉ।

Related Posts

About The Author

Add Comment