ନୂଆଦିଲ୍ଲୀ, ୮/୬ (ସନ୍ଧାନ ନିୟୁଜ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ନିଜର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବିଦେଶଗସ୍ତରେ ମାଳଦ୍ବୀପ ଯାଉଛନ୍ତି। ତାଙ୍କ ଯାତ୍ରା ପୂର୍ବରୁ ମାଳଦ୍ବୀପର ବୈଦେଶିକ ମନ୍ତ୍ରୀ ଅବଦ୍ଦୁଲା ସାହିଦ ଟୁଇଟରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଉଥିବା ଘୋଷଣା କରିଛନ୍ତି। ଶନିବାର ମୋଦୀଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ‘ନିଶାନ ଇଜ୍ଜୁଦ୍ଦିନ୍’ରେ ସମ୍ମାନିତ କରାଯିବ। ଏହି ସମ୍ମାନ ବିଦେଶୀ ଗଣମାନ୍ୟ ବ୍ୟକ୍ତିଙ୍କୁ ଦିଆ ଯାଉଥିବା ସର୍ବୋଚ୍ଚ ସମ୍ମାନ ଅଟେ।
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ସମ୍ମାନ ଦେବାର ନିଷ୍ପତ୍ତି ମାଳଦ୍ବୀପର ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ ନେଇଥିବା ଜଣାପଡ଼ିଛି। ଶନିବାର ପ୍ରଧାନମନ୍ତ୍ରୀ ଦୁଇଦିନିଆଗସ୍ତ କରି ମାଳଦ୍ବୀପ ପହଞ୍ଚିଛନ୍ତି । ତାଙ୍କୁ ଶନିବାର ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ନିଶାନ ଇଜ୍ଜୁଦ୍ଦିନ୍’ରେ ସମ୍ମାନିତ କରାଯିବ। ମୋଦୀଙ୍କ ନେତୃତ୍ୱରେ ଭାରତ ଓ ମାଳଦ୍ବୀପ ମଧ୍ୟରେ ବନ୍ଧୁତା ଦୃଢ଼ ହୋଇଥିବା କାରଣରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଛି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ସାଉଦି ଆରବ ଓ ରୁଷରେ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଥିଲା।



