ପ୍ରଧାନମନ୍ତ୍ରୀ ମୋଦି ଗଠନ କଲେ ୨ ଉଚ୍ଚ କ୍ଷମତା ସଂପନ୍ନ କ୍ୟାବିନେଟ ମନ୍ତ୍ରୀସ୍ତରୀୟ କମିଟି

Spread the love

ନୂଆଦିଲ୍ଲୀ, ୫/୬ (ସନ୍ଧାନ ନିୟୁଜ) : ମୋଦି ୨.୦ ଶାସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମୁଖରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଓ ନୂତନ ନିଯୁକ୍ତି ସୃଷ୍ଟି ଦୁଇଟି ମୁଖ୍ୟ ଚ୍ୟାଲେଞ୍ଜ ହୋଇଥିବା ବେଳେ ଏହି ଦୁଇ ଚ୍ୟାଲେଞ୍ଜର ସଫଳ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଦୁଇଟି ଉଚ୍ଚ କ୍ଷମତା ସଂପନ୍ନ କ୍ୟାବିନେଟ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିଛନ୍ତି।

ଦେଶରେ ନୂତନ ନିବେଶ ସହ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାରକୁ ବଢ଼ାଇବା ଉଦ୍ଦେଶ୍ୟରେ ଗଠିତ ଉଚ୍ଚ କ୍ଷମତା ସଂପନ୍ନ କ୍ୟାବିନେଟ ମନ୍ତ୍ରୀ ସ୍ତରୀୟ କମିଟିରେ ନିଜେ ପ୍ରଧାନମନ୍ତ୍ରୀ ମୋଦୀ ଅଧ୍ୟକ୍ଷ ରହିଥିବା ବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ସଡ଼କ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ନୀତୀନ ଗଡ଼କରୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ରେଳ ଓ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ସଦସ୍ୟ ରହିଛନ୍ତି।

ସେହିପରି, ଦେଶରେ ନୂତନ ନିଯୁକ୍ତି ସୃଷ୍ଟି ପାଇଁ ଗଠିତ ଉଚ୍ଚ କ୍ଷମତା ସଂପନ୍ନ କ୍ୟାବିନେଟ ମନ୍ତ୍ରୀ ସ୍ତରୀୟ କମିଟିରେ ନିଜେ ପ୍ରଧାନମନ୍ତ୍ରୀ ମୋଦୀ ଅଧ୍ୟକ୍ଷ ରହିଥିବା ବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ରେଳ ଓ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ, ଗ୍ରାମାଞ୍ଚଳ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ, ତୈଳ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦକ୍ଷତା ବିକାଶ ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ ଓ ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗଓ୍ଵାର ଓ ହରଦୀପ ସିଂହ ପୁରୀ ରହିଛନ୍ତି।

Related Posts

About The Author

Add Comment