ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ଶୁଣି ବିଜୟ ମାଲ୍ୟା ପୁଣି ଥରେ ଋଣ ପରିଶୋଧ ପ୍ରସ୍ତାବ ରଖିଲେ

Spread the love

ନୂଆଦିଲ୍ଲୀ, ୧୪/୨(ସନ୍ଧାନ ନିୟୁଜ) : ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଟୁଇଟ୍ କରି ବ୍ୟାଙ୍କ ଋଣ ଶୁଝିବାକୁ ପ୍ରସ୍ତାବ ଦେଇଛନ୍ତି । ବୁଧବାର ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ଶୁଣିବା ପରେ ମଦ ସମ୍ରାଟ୍ ମାଲ୍ୟା ଏହି ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି।

ଟୁଇଟ୍ ଜରିଆରେ ମାଲ୍ୟା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକସଭାରେ ଶେଷ ଭାଷଣକୁ ମୋ ନଜରକୁ ଆସିବା ପରେ ମୁଁ ତାଙ୍କୁ ନାମ ନ ନେଇ ଜଣେ ବ୍ୟବସାୟୀ ୯୦୦୦ କୋଟି ଟଙ୍କା ନେଇ ପଳାୟନ କରିଥିବା କଥା କହୁଥିବା ଶୁଣିଲି। ଗଣମାଧ୍ୟମରେ ପ୍ରସାରିତ ଖବରରୁ ମୁଁ ଜାଣିବାକୁ ପାଇଲି ଯେ ସେ ମୋ ସଂପର୍କରେ ଏହି କଥା କହିଛନ୍ତି।

ମାଲ୍ୟା ଏକ ଟୁଇଟ୍ କରି ସ୍ପଷ୍ଟ କରିଛନ୍ତି କି ମୁଁ ପ୍ରଧାନମନ୍ତ୍ରୀଙ୍କୁ ସବିନୟ ଅନୁରୋଧ କରୁଛି କି ସେ ବ୍ୟାଙ୍କମାନଙ୍କୁ ମୋ ଠାରୁ ଋଣ ଟଙ୍କା ଫେରାଇ ନେବାକୁ ନିର୍ଦ୍ଦେଶ ଦିଅନ୍ତୁ। କିଙ୍ଗଫିସରକୁ ବ୍ୟାଙ୍କମାନେ ଋଣ ଆକାରରେ ଦେଇଥିବା ଲୋକଙ୍କ ଅର୍ଥ ଫେରାଇ ନେଉ ନାହାନ୍ତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ମାଲ୍ୟା।

ଅନ୍ୟ ଏକ ଟୁଇଟରେ ମାଲ୍ୟା କହିଛନ୍ତି କି କର୍ଣ୍ଣାଟକ ହାଇକୋର୍ଟଙ୍କ ନିକଟରେ ମୁଁ ଋଣ ପରିଶୋଧ ଲାଗି ପ୍ରସ୍ତାବ ଦେଇଛି। ଏହାକୁ ବ୍ୟାଙ୍କମାନେ ଗ୍ରହଣ କରିନେବା ଉଚିତ।

Related Posts

About The Author

Add Comment