ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଜାତୀୟ ସୁରକ୍ଷା ପରିଷଦର ବୈଠକ ଅନୁଷ୍ଠିତ

Spread the love

ନୂଆଦିଲ୍ଲୀ ,୩/୩ (ସନ୍ଧାନ ନିଉଜ) : ଭାରତ ଓ ପାକିସ୍ତାନରେ ଉତ୍ତେଜନା ଜାରି ଥିବା ବେଳେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଜାତୀୟ ସୁରକ୍ଷା ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍‌, ବିଦେଶ ସଚିବ ବିଜୟ କେଶବ ଗୋଖଲେ, କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ଥିଲେ। ଏହି ବୈଠକରେ ସୁରକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି।

ମୋଦିଙ୍କ ଅଧ୍ୟକ୍ଷତାରେ ଏହା ଥିଲା ୪ର୍ଥ ବୈଠକ। ମୋଦି ଏହା ପୂର୍ବରୁ ଗୁରୁବାର ଆୟୋଜିତ ଏକ ଉଚ୍ଚସ୍ତରୀୟ ସୁରକ୍ଷା ସଂପର୍କୀତ ବୈଠକରେ ଅଧ୍ୟକ୍ଷତା କରିଥିଲେ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତୀୟ ବାୟୁସେନାର ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ଛାଡ଼ିବା ନେଇ ଘୋଷଣା କରିବା ପରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା।

Related Posts

About The Author

Add Comment