ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ କଥା ହେଲେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି, ୟୁଏନଏସସିରେ ସମର୍ଥନ କରିବାକୁ କଲେ ଅନୁରୋଧ

Spread the love
ନୂଆଦିଲ୍ଲୀ (ସନ୍ଧାନ ନିଉଜ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ କଥା ହୋଇଛନ୍ତି। ୟୁକ୍ରେନରେ ଚାଲିଥିବା ବିବାଦ ପରିସ୍ଥିତି ବିଷୟରେ ୟୁକ୍ରେନ୍ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ଭାବରେ ସୂଚନା ଦେଇଛନ୍ତି। ଜାରି ରହିଥିବା ବିବାଦ ହେତୁ ପ୍ରଧାନମନ୍ତ୍ରୀ ଜୀବନ ଏବଂ ସମ୍ପତ୍ତି ନଷ୍ଟକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଥିଲେ ।

ହିଂସାକୁ ତୁରନ୍ତ ବନ୍ଦ କରିବା ଏବଂ ଆଲୋଚନାକୁ ଫେରିବା ପାଇଁ ସେ ଆହ୍ୱାନ କରିଛନ୍ତି ଏବଂ ଶାନ୍ତି ପ୍ରୟାସରେ ଯେକୌଣସି ପ୍ରକାରେ ସହଯୋଗ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ତେବେ ୟୁକ୍ରେନରେ ଉପସ୍ଥିତ ଛାତ୍ରଙ୍କ ସମେତ ଭାରତୀୟ ନାଗରିକଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ ପ୍ରଧାନମନ୍ତ୍ରୀ ମଧ୍ୟ ଭାରତର ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଭାରତୀୟ ନାଗରିକଙ୍କୁ ଶୀଘ୍ର ଏବଂ ନିରାପଦରେ ସ୍ଥାନାନ୍ତର କରିବା ପାଇଁ ସେ ୟୁକ୍ରେନ କର୍ତ୍ତୃପକ୍ଷଙ୍କ ଚେଷ୍ଟାକୁ ପ୍ରଶଂସା କରିଥିଲେ ।

ଋଷୀୟ ସୈନ୍ୟ ୟୁକ୍ରେନ୍ ଉପରେ ଆକ୍ରମଣ ତିବ୍ର କରଛିି ଖୁବ୍‌ଶିଘ୍ର ଏହା ରାଜଧାନୀ କିଭ୍‌କୁ ନିଜ ଦଖଲ ନେଇପାରେ । ଗତ ତିିନି ଦିନ ଧରି ଋଷୀୟ ସେନା ଚାରି ଦିଗରୁ ୟୁକ୍ରେନ୍ ଉପରେ ଆକ୍ରମଣ ଜାରି ରଖିଛି । ୟୁକ୍ରେନ୍ ସେନାକୁ ବାରମ୍ବାର ପଛକୁ ହଟିବାକୁ ଚାପ ପକାଉଛି ଋଷ । ତେବ ଋଷ ଏବେ ରାଜଧାନୀ କିଭ୍‌ଠାରୁ ଦୂରରେ ରହିଛି । 

ବର୍ତ୍ତମାନ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ନିଜେ ଉଦ୍ବେଗ ପ୍ରକାଶ କରିଛନ୍ତି ଯେ ରୁଷୀୟ ସୈନ୍ୟ କିବ୍‌କୁ ଦଖଲ କରିବାର ଭୟ ରହିଛି। ଆଜି ରାତି ଆମ ପାଇଁ ସବୁଠାରୁ କଠିନ ହେବାକୁ ଯାଉଛି, କିନ୍ତୁ ଆମକୁ ଛିଡ଼ା ହେବାକୁ ପଡ଼ିବ ବୋଲି ସେ କହିଛନ୍ତି। ଖବର ଅନୁଯାୟୀ ୟୁକ୍ରେନ ଛାଡିବା ପାଇଁ ଜେଲେନସ୍କି ଆମେରିକାରୁ ସହାୟତା ପ୍ରତିଶୃତି ମିଳିଥିଲା, କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ।

ସେପଟେ ଜାତିସଂଘ ସୁରକ୍ଷା ପରିଷଦରେ ଭୋଟ୍ ଦେବା ସମୟରେ ଭାରତର ସ୍ୱାଧୀନ ତଥା ସନ୍ତୁଳିତ ସ୍ଥିତିକୁ ଉଚ୍ଚ ପ୍ରଶଂସା କରିଛି ଋଷ । ସ୍ୱତନ୍ତ୍ର ତଥା ସୁବିଧାଜନକ ରଣନୈତିକ ସହଭାଗୀତାର ଆଭିମୁଖ୍ୟରେ ଋଷ ୟୁକ୍ରେନ୍‌ର ପରିସ୍ଥିତି ଉପରେ ଭାରତ ସହ ଘନିଷ୍ଠ କଥାବାର୍ତ୍ତା ବଜାୟ ରଖିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛି ଋଷ ।

Related Posts

About The Author

Add Comment