ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହିଁକି ଅଧାରୁ ବନ୍ଦ କରିଦେଲେ ଭାଷଣ;

Spread the love

ସୁରଟ (ଗୁଜୁରାଟ), ୩୦/୧ (ସନ୍ଧାନ ନିୟୁଜ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁରୁରାଟର ଏକ ସଭାରେ ଭାଷଣ ଦେଉ ଦେଉ ହଠାତ୍‌ ଅଟକି ଯାଇ ଅଧାରୁ ନିଜ ଭାଷଣ କରିଦେବା ଘଟଣା ଦେଶବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି। ଏଥିସହ ଏହି ଘଟଣାର ଭିଡିଓ ମଧ୍ୟ ଖୁବ୍‌ ଜୋରରେ ଭାଇରାଲ ହେବାକୁ ଆରମ୍ଭ କରିଛି। ତେବେ, ଘଟଣା ପଛର କାରଣ ଜାଣିବା ପରେ ଏବେ ସମସ୍ତେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସାରେ ଶତମୁଖ ହୋଇ ଉଠିଛନ୍ତି।

ତେବେ, ସଂପୂର୍ଣ୍ଣ ଘଟଣାଟି ଥିଲା ଏହିପରି। ଆଜି ମଧ୍ୟାହ୍ନରେ ସୁରଟ ବିମାନ ବନ୍ଦରର ନୂତନ ଟର୍ମିନାଲ ବିଲଡିଂକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକାର୍ପଣ କରିବା ପରେ ସେଠାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରୁଥିଲେ। ତେବେ, ଆୟୋଜିତ ଜନସଭାରେ ପୋଡିୟମ ଉପରେ ଠିଆ ହୋଇ ପ୍ରଧାନମନ୍ତ୍ରୀ ମୋଦି ଖୁବ୍‌ ଜୋରସୋରରେ ନିଜ ବକ୍ତବ୍ୟ ପ୍ରଦାନ କରୁଥିବା ବେଳେ ହଠାତ୍‌ କେହି କିଛି ବୁଝିବା ଆଗରୁ ନିଜର ଭାଷଣ ବନ୍ଦ କରି ଦେଇଥିଲେ। ଏବଂ ପୋଡିୟମ ଉପରୁ ଓହ୍ଲାଇ ତାଙ୍କ ପଛପଟେ ଠିଆ ହୋଇ ରହିଥିବା ଅଧିକାରୀ ଓ ଏସ୍‌ଓଜି ସୁରକ୍ଷା କର୍ମୀଙ୍କ ନିକଟକୁ ଚାଲି ଆସିଥିଲେ। ଏବଂ ସେମାନଙ୍କୁ କିଛି ନିର୍ଦ୍ଦେଶ ଦେଇଥିଲେ।

ପରେ ପରେ ତାଙ୍କ ଅଧିକାରୀ ଓ ଏସ୍‌ଓଜି ସୁରକ୍ଷା କର୍ମୀମାନେ ଦଉଡ଼ି ଯାଇଥିଲେ ମଞ୍ଚ ସାମନାରେ ଅଚେତ ହୋଇ ତଳେ ପଡ଼ି ଯାଇଥିବା ଜଣେ କ୍ୟାମେରାମ୍ୟାନଙ୍କ ନିକଟକୁ। ଆଉ ୧୦୮ ଆମ୍ବୁଲାନ୍ସ ଡକାଇ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇଥିଲେ।

ଜାଣିବାକୁ ମିଳିଛି ଯେ ସଂପୃକ୍ତ କ୍ୟାମେରାମ୍ୟାନଙ୍କର ନାମ କିଶନ୍‌ ରମୋଲିଆ। ହଠାତ୍‌ ଅସୁସ୍ଥ ହୋଇ ପଡ଼ିବା କାରଣରୁ ଅଚେତ୍‌ ହୋଇ ତଳେ ପଡ଼ି ଯାଇଥିଲେ। ତେବେ, ସେହି ସମୟରେ ମଞ୍ଚ ଉପରେ ଭାଷଣ ଦେଉଥିବା ପ୍ରଧାନମନ୍ତ୍ରୀ ମୋଦି ଏ ଘଟଣା ଦେଖିବା ପରେ ନିଜ ଭାଷଣ ଅଧାରୁ ବନ୍ଦ କରି ନିଜ ଅଧିକାରୀମାନଙ୍କ ନିକଟକୁ ଯାଇ ତାଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ କହିଥିଲେ।

Related Posts

About The Author

Add Comment