ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଂରାଜୀ ଜଣା ନାହିଁ! : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

Spread the love

କୋଲକାତା,୧୧/୧(ସନ୍ଧାନ ନ୍ୟୁଜ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଂରାଜୀ ଜଣା ନାହିଁ! ମୋଦି ଗୋଟିଏ ଧାଡ଼ି ବି ଶୁଦ୍ଧ ଇଂରାଜୀ ନିଜ ମନରୁ କହିପାରିବେ ନାହିଁ! ଆଉ ନିଜର ଏଇ ଦୁର୍ବଳତାକୁ ଲୁଚାଇବାକୁ ଯାଇ ମୋଦି ଯେତେବେଳେ ବି ଜନ ସାଧାରଣଙ୍କ ସମ୍ମୁଖରେ ଇଂରାଜୀରେ ଭାଷଣ ଦେଇ ଥାଆନ୍ତି, ସେତେବେଳେ ସେ ଅନ୍ୟ ବିକଳ୍ପ ନପାଇ ଏକ ଲୟରେ ଟେଲିପ୍ରମ୍ପଟର ଆଡ଼କୁ ବିକଳ ଦୃଷ୍ଟିରେ ଅନାଇ ରହିଥାଆନ୍ତି। ବିନା ଟେଲିପ୍ରମ୍ପଟର ସହାୟତାରେ ମୋଦି ନିଜ ମନରୁ ଗୋଟିଏ ଧାଡ଼ି ବି ଇଂରାଜୀରେ କହି ପାରିବେ ନାହିଁ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ।

ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଯେତେବେଳେ ବି ଇଂରାଜୀରେ କିଛି ଭାଷଣ ଦିଅନ୍ତି, ସେତେବେଳେ ତାଙ୍କର ଆଗ ଲୋଡ଼ା ପଡ଼େ ଟେଲିପ୍ରମ୍ପଟର। ଏକଥା ସମସ୍ତେ ଜାଣିଛନ୍ତି; ବିଶେଷ କରି ସାମ୍ବାଦିକମାନେ ବହୁତ ଭଲ ଭାବେ ଜାଣିଛନ୍ତି। ମୋଦି ଇଂରାଜୀରେ ତାଙ୍କ ଭାଷଣ ଦିଅନ୍ତି ନାହିଁ; ବରଂ ଇଂରାଜୀରେ ତାଙ୍କ ଭାଷଣ ପଢ଼ନ୍ତି। ଆଉ ସମସ୍ତଙ୍କୁ ଜଣାଇବାକୁ ଚାହାଁନ୍ତି ଯେ ସେ ଇଂରାଜୀ ଭାଷାରେ ଖୁବ୍‌ ପ୍ରଞ୍ଜଳ ଓ ପାରଙ୍ଗମ। ଇଂରାଜୀରେ ଭାଷଣ ଦେଉଥିବା ବେଳେ ମୋଦିଙ୍କ ସମ୍ମୁଖରୁ ଯଦି ଟେଲିପ୍ରମ୍ପଟରକୁ ହଟାଇ ଦିଆଯାଏ, ତାହେଲେ ସେ ଧାଡ଼ିଟିଏ ସୁଦ୍ଧା ଇଂରାଜୀରେ କହିପାରିବେ ନାହିଁ। ଖାଲି ଏତିକି ନୁହେଁ ବିନା ଟେଲିପ୍ରମ୍ପଟର ସହାୟତାରେ ଧାଡ଼ିଟିଏ ଶୁଦ୍ଧ ଇଂରାଜୀ କହିବାକୁ ସୁଦ୍ଧା ମୋଦି ସମର୍ଥ ନୁହନ୍ତି ବୋଲି କହିଛନ୍ତି ମମତା ବାନାର୍ଜୀ

ଗତ ଗୁରୁବାର ଦିନ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ‘ମୋଦି କେୟାର’ ବୋଲି କଟାକ୍ଷ କରି ଏହି ଯୋଜନାରୁ ନିଜ ରାଜ୍ୟକୁ ଓହରାଇ ଆଣିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଏପରି ଶାଣିତ ଢ଼ଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ଇଂରାଜୀ ଦକ୍ଷତା ଉପରେ ଆକ୍ରମଣ କରିବା ଘଟଣା ଦେଶର ରାଜନୈତିକ ମହଲରେ ଚର୍ଚ୍ଚା ଓ ଆଲୋଚନା ସୃଷ୍ଟି କରିଛି।

Related Posts

About The Author

Add Comment