, ୨୮।୧ (ସନ୍ଧାନ ନିୟୁଜ):– ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ନିର୍ବାଚନ ଆୟୋଗଙ୍କ ଭୂମିକା ମହତ୍ୱପୂର୍ଣ୍ଣ
– ଯୁବ ଭୋଟରଙ୍କ ପଞ୍ଜୀକରଣ, ମତଦାନ ସଚେତନତା ଅଭିଯାନ ଆରମ୍ଭ କରିବାକୁ ଆହ୍ୱାନ
– ଓଡ଼ିଶାର ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ Sounding Rockets ମହାକାଶ ବିଜ୍ଞାନରେ ନୂତନ ଅଧ୍ୟାୟ ସୃଷ୍ଟି କରିଛି
– ସ୍ୱଚ୍ଛତା ଆଣିବା ଲାଗି ସାଢେ ତିନି କୋଟି ମନରେଗା ସମ୍ପତି ଏବଂ ୨୩ ରାଜ୍ୟରେ ନିର୍ମିତ ୪୦ ଲକ୍ଷ ଆବାସକୁ ଉପଗ୍ରହ ଭିତିକ ଜିଓ ଟ୍ୟାଗ
– ଦକ୍ଷିଣ ଏସିଆ ଉପଗ୍ରହ ପଡ଼ୋଶୀ ମିତ୍ର ରାଷ୍ଟ୍ରମାନଙ୍କୁ ବିକାଶର ଉପହାର
– ନ୍ୟୁ ଇଣ୍ଡିଆର ନିର୍ମାଣରେ ଗାଁ ପିଲାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
– “ସ୍ୱଚ୍ଛ ସୁନ୍ଦର ଶୌଚାଳୟ’’ଅଭିଯାନର ନେତୃତ୍ୱ ନେବାକୁ ସରପଂଚମାନଙ୍କୁ ଆହ୍ୱାନ
– ସ୍ୱଚ୍ଛ ଭାରତର ସ୍ମରଣୀୟ ଯାତ୍ରାରେ “ମନ୍ କୀ ବାତ୍ ’’ ଶ୍ରୋତାମାନଙ୍କ ବଡ଼ ଅବଦାନ
– ୯ କୋଟି ପରିବାରକୁ ନିଜସ୍ୱ ଶୌଚାଳୟ ସୁବିଧା, ଦେଶର ୫.୫୦ଲକ୍ଷରୁ ଅଧିକ ଗାଁ ଖୋଲାଶୌଚ ମୁକ୍ତ ଘୋଷିତ
– ଜାନୁୟାରୀ ୨୯ ତାରିଖ ୧୧ଟା ସମୟରେ ଛାତ୍ରଛାତ୍ରୀ “ପରୀକ୍ଷା ପେ ଚର୍ଚ୍ଚା’’ କାର୍ଯ୍ୟକ୍ରମରେ ଭାଗନେବାକୁ ପରାମର୍ଶ
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର। ଚଳିତ ମାସ ୨୧ ତାରିଖ ଦିନ ଆମ ଦେଶକୁ ଗୋଟିଏ ଗଭୀର ଶୋକ ସମ୍ବାଦ ମିଳିଲା। କର୍ଣ୍ଣାଟକର ଟୁମ୍ କୁର୍ ଜିଲ୍ଲାର ଶ୍ରୀ ସିଦ୍ଧଗଙ୍ଗା ମଠର ଡକ୍ଟର ଶ୍ରୀ ଶ୍ରୀ ଶ୍ରୀ ଶିବକୁମାର ସ୍ୱାମୀଜୀ ଆମଠାରୁ ଚିର ବିଦାୟ ନେଲେ। ଶିବକୁମାର ସ୍ୱାମୀଜୀ ନିଜର ସମ୍ପୂର୍ଣ୍ଣ ଜୀବନ ସମାଜ ସେବାରେ ସମର୍ପିତ କରିଦେଲେ। ଭଗବାନ ବାସବେଶ୍ୱର ଆମକୁ ଶିଖାଇଛନ୍ତି – “କାୟକୱେ କୈଲାସ୍ ’’ – ଅର୍ଥାତ୍ କଠିନ ପରିଶ୍ରମ ସହ ନିଜର ଦାୟିତ୍ୱ ନିର୍ବାହ କରି ଚାଲିବା, ଭଗବାନ ଶିବଙ୍କ ନିବାସ ସ୍ଥାନ କୈଳାସ ଧାମରେ ରହିବା ସହ ସମାନ। ଶିବକୁମାର ସ୍ୱାମୀଜୀ ଏହି ଦର୍ଶନର ଅନୁଗାମୀ ଥିଲେ। ସେ ନିଜର ୧୧୧ ବର୍ଷର ଜୀବନ କାଳରେ ହଜାର ହଜାର ଲୋକଙ୍କ ସାମାଜିକ, ଶୈକ୍ଷିକ ଏବଂ ଆର୍ଥିକ ଉତ୍ ଥାନ ପାଇଁ କାର୍ଯ୍ୟ କରିଛନ୍ତି। ସେ ଜଣେ ଏଭଳି ବିଦ୍ୱାନ ରୂପେ ପ୍ରସିଦ୍ଧ ଥିଲେ, ଯିଏ ଇଂରାଜୀ, ସଂସ୍କୃତ ଓ କନ୍ନଡ଼ ଭାଷାରେ ଖୁବ୍ ପାରଙ୍ଗମ ଥିଲେ। ସେ ଜଣେ ସମାଜ ସଂସ୍କାରକ ଥିଲେ। ଲୋକମାନଙ୍କୁ କିଭଳି ଭୋଜନ, ଆଶ୍ରୟ, ଶିକ୍ଷା ଏବଂ ଆଧ୍ୟାତ୍ମିକ ଜ୍ଞାନ ମିଳିପାରିବ, ସେଥିପାଇଁ ସେ ନିଜର ସଂପୂର୍ଣ୍ଣ ଜୀବନ ଉତ୍ସର୍ଗ କରିଦେଇଥିଲେ। କୃଷକମାନଙ୍କ ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତି ହେଉ ଏହାକୁ ସେ ପ୍ରାଥମିକତା ଦେଉଥିଲେ। ସିଦ୍ଧଗଙ୍ଗା ମଠ ପକ୍ଷରୁ ନିୟମିତ ଭାବେ ପ୍ରାଣୀ ଏବଂ କୃଷିମେଳାର ଆୟୋଜନ କରାଯାଉଥିଲା। ଅନେକ ଥର ପରମ ପୂଜ୍ୟ ସ୍ୱାମୀଜୀଙ୍କ ଆଶୀର୍ବାଦ ଲାଭ କରିବାର ସୌଭାଗ୍ୟ ମୋତେ ମିଳିଛି। ୨୦୦୭ରେ ଶ୍ରୀ ଶ୍ରୀ ଶ୍ରୀ ଶିବକୁମାର ସ୍ୱାମୀଜୀଙ୍କ ଶତାବ୍ଦୀ ବର୍ଷ ଉତ୍ସବ ସମାରୋହ ଅବସରରେ ଆମର ପୂର୍ବତନ ରାଷ୍ଟ୍ରପତି ଡ. ଏ.ପି.ଜେ. ଅବ୍ ଦୁଲ୍ କଲାମ ଟୁମ୍ କୁର୍ ଯାଇଥିଲେ। ଏହି ଅବସରରେ କଲାମ୍ ସାହେବ ପୂଜ୍ୟ ସ୍ୱାମୀଜୀଙ୍କ ଉଦ୍ଦେଶ୍ୟରେ ଗୋଟିଏ କବିତା ଶୁଣାଇଥିଲେ। ସେ କହିଥିଲେ



