ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅଗ୍ନିକାଣ୍ଡ

Spread the love

ନୂଆଦିଲ୍ଲୀ,  ୩୦/୧୨ (ସନ୍ଧାନ ନିଉଜ) : ନୂଆଦିଲ୍ଲୀର ୭ମ ଲୋକ କଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆବାସରେ ସୋମବାର ସନ୍ଧ୍ୟା ୭ଟା ୨୫ରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି। ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ନିଆଁ ଲିଭା କାର୍ଯ୍ୟରେ ୯ଟି ଦମକଳ ଗାଡ଼ି ନିୟୋଜିତ ହୋଇ ନିଆଁକୁ ଆୟତ୍ତ କରିଛନ୍ତି। ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।

ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ କରି ଲେଖିଛନ୍ତି, ଏହା ଏକ ସାମାନ୍ୟ ଅଗ୍ନିକାଣ୍ଡ। ଏହା ସର୍ଟ ସର୍କିଟ କାରଣରୁ ଲୋକ କଲ୍ୟାଣ ମାର୍ଗରେ ଅଗ୍ନିକାଣ୍ଡ ଗଟିଛି। ଏହା ପ୍ରଧାନମନ୍ତ୍ରୀଙ୍କ ବାସଭବନ କିମ୍ବା କାର୍ଯ୍ୟାଳୟରେ ନିଆଁ ଲାଗିନାହିଁ। ନିଆଁ ଲାଗିବା ସ୍ଥାନଟି ପ୍ରଧାନମନ୍ତ୍ରୀଙ୍କ ବାସଭବନ ଠାରୁ ଅଲଗା। ଏଲକେଏମ କମ୍ପ୍ଲେକ୍ସରେ ଥିବା ଏସପିଜି ରିସେପସନ୍‌ରେ ହିଁ ଅଗ୍ନିକାଣ୍ଡ ଘଟିଛି। ବର୍ତ୍ତମାନ ନିଆଁକୁ ଆୟତ୍ତ କରାଯାଇଥିବା ପ୍ରଧାନମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି।

Related Posts

About The Author

Add Comment