ପ୍ରଦୃଷଣ ଆଇନ୍କୁ ‘ଫୁ’କରି ଚାଲିଛି ଦିଲିପ ବିଲ୍ଡିକନ ଠକା ସଂସ୍ଥା; ପ୍ରଶାସନ ନିରବଦ୍ରଷ୍ଟା, ଆନ୍ଦୋଳନ କରିବେ ପଞ୍ଚୟତବାସୀ

Spread the love

ଯାଜପୁର, ୧୨/୭ (ସନ୍ଧାନ ନିୟୁଜ/ମାନସ ରାଉତ) ଚଣ୍ଡିଖୋଲ ଠାରୁ ଭଦ୍ରକ ପ୍ରର୍ଯ୍ୟନ୍ତ ୬୦କିମି ୧୬ନମ୍ବର ଜାତୀୟ ରାଜପଥର ସଂମ୍ପସ୍ରାରଣ ନିମନ୍ତେ ସରକାର ଦିଲିପ ବିଲ୍ଡକନ ଠିକା ସଂସ୍ଥାକୁ କାର୍ଯ୍ୟ କରିବା ପାଇଁ ଦାୟିତ୍ୱ ଦେଇଛି । ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ନିକଟସ୍ଥ ନେଉଳପୁର ଠାରେ ୧୬ନମ୍ବର ଜାତୀୟ ରାଜପଥର କଡରେ ଉକ୍ତ ଠିକା ସଂସ୍ଥା ପକ୍ଷରୁ ଏକ ପିଚୁ ପ୍ଲାଂଟ ସହିତ ଜିଏସବି ମିକ୍ସ ପ୍ଲାଂଟ ସ୍ଥାପନ କରାଯାଇଛି । ମାତ୍ର ଏହି ସ୍ଥାପନ ପାଇଁ ଉକ୍ତ ଠିକାସଂସ୍ଥା କୌଣସି ନିୟମକୁ ନମାନି ନିଜ ମନ ଉଚ୍ଚା ଏଠାରେ ପ୍ଲାଂଟ ସ୍ଥାପନ କରିବା ସହିତ ପଦୃଷଣ ବଢ଼ାଇବାରେ ଲାଗିଛି । ଏପରକି ପ୍ରଦୃଷଣ ମାତ୍ରା ଏତେ ବଢାଇବାରେ ଲାଗିଛି ଯାହାଫଳରେ ଅଂଚଳବାସୀଙ୍କ ପାଇଁ ଅସନ୍ତୋଷର କାରଣ ପାଲଟିଛି । ନିୟମ ମୁତାବକ ଯେ କୌଣସି ସ୍ଥାନରେ ପ୍ଲାଟ ସ୍ଥାପନ ପାଇଁ ପ୍ରଥମେ ଉପଯୁକ୍ତ ସ୍ଥାନ ଏବଂ ପଂଚାୟତର ଗ୍ରାମ ସଭାରେ ଏହା ଉପରେ ଆଲୋଚନା କରାଯାଇ ତାହାକୁ ମଞ୍ଜୁର ଦିଆଯିବା କଥା । ଏପରକି ପଂଚାୟତ ପକ୍ଷରୁ ତାଙ୍କୁ ଏକ ନୋ ଅବଜେକ୍ସନ ପ୍ରମାଣପତ୍ର ଦିଆଯିବା ପରେ ପ୍ଲାଂଟ ସ୍ଥାପନ ହେବା ପାଇଁ ନିୟମ ରହିଛି । ପୁଣି ଏହି ପ୍ଲାଟର ମାତ୍ର ୨ଶହ ମିଟର ଦୂରେ ବାଲିବିଲ ପ୍ରାଥମିକ ବିଦ୍ୟାଳୟ, ଗୁରୁକୂଳ ଅବାସିକ ବିଦ୍ୟାଳୟ, ରାଆଁଶାଳା ପ୍ରାଥମିକ ବିଦ୍ୟାଳୟ, ହରିଦାସପୁର ସେବା ସମିତ ପ୍ରାଥମିକ ବିଦ୍ୟାଳୟ ସମେତ ରମ୍ଭାଦେବୀ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର, ଆକସ୍ମିକ ଦୃର୍ଘଟଣା ସ୍ୱାସ୍ଥ୍ୟକେନ୍ଦ୍ର ରହିଅଛି । ଅନ୍ୟପଟରେ ପ୍ଲାଂଟର ଚାରିପାଖରେ ୩ଗୋଟି ପଂଚାୟତର ୧୦ରୁ ଉର୍ଧ ଗ୍ରାମ ରହିଅଛି । ଏହି ଗ୍ରାମଟି ପୁଣି ନେଉଳପୁର ୧ନମ୍ବର ୱାଡର ଅନ୍ତଭୁକ୍ତ ରହିଛି । ମାତ୍ର ନା ୱାର୍ଡର ଜନସାଧରଣ ବା ପଂଚାୟତର ଗ୍ରାମସଭାରେ ଏହାକୁ ମଞ୍ଜୁର ମିଳିଛି । ତଥାପି ଏଠାରେ ସ୍ଥାପନ କରି ପଦୃଷଣ ବଢାଇବାରେ ଲାଗିଛି । ଅନ୍ୟପଟରେ ରାସ୍ତା ନିର୍ମାଣକୁ ମନ ଉଚ୍ଚା ବିଭିନ୍ନ ସ୍ଥାନରେ ଡାଇଭରସନ କରିବା, ରାସ୍ତାକୁ ଖୋଳି ଆବଡା ଖାବଡା କରି ବହୁଦିନ ଧରି ଛାଡି ଦେଉଛି । ଫଳରେ ଯିବା ଆସିବାରେ ମଧ୍ୟ ପଥ ଚାରୀ ଏବଂ ଯାତ୍ରୀ ମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବା ସହିତ ରାଜପଥରେ ଅନେକ ଥର ଦୃର୍ଘଟଣା ଘଟି ଜୀବନ ଯାଉଛି । ଏଥିସହିତ ସମ୍ପୁକ୍ତ ପ୍ଲାଟକୁ ଆସୁଥିବା ଡଷ୍ଟ, ବାଲି, ଚିପ୍ସ ଆଦି ସାମଗ୍ରୀ ପରିବହନ କରୁଥିବା ଗାଡିରେ ଓଭରଲୋଡିଂ ସହ ପାଲ ନଘୋଡାଇବାରୁ ରାସ୍ତା ପଡି ପାଥଚରୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହିବିଷୟରେ ନେଉଳପୁର ବହୁବିଧି ସହାୟକ ମାନସ କୁମାର ରାଉତ ଏହା ଉପରେ ପଂଚାୟତରେ ଗ୍ରାମସଭାରେ କୌଣସି ଅନୁମତି ନେଇନାହାନ୍ତି । ଗ୍ରାମ ସଭାରେ ପଦୃଷଣ ବଢିବା କାରଣରୁ ସମସ୍ତ ସଭ୍ୟସଭ୍ୟା ମାନେ ଏହ ଏଠାରେ ସ୍ଥାପନ ନହେବା ପାଇଁ ଗ୍ରାମସଭାରେ ମତ ଦେଇଥିଲେ । ଅନ୍ୟପଟରେ ଠିକା ସଂସ୍ଥାର ସହ ପରିଚାଳକ ମନୋଜ ର୍ଶମାଙ୍କୁ ଯୋଗାଯୋଗ କରିବାରୁ ଆମର ପ୍ରମାଣପତ୍ର ଦରକାର ନାହିଁ ବୋଲି ରୋକଠୋକ କହି ନିଜ ମନମାନିରେ ଆମେ କାର୍ଯ୍ୟ କରିବୁ ବୋଲି ଶୁଣାଇଥିଲେ । ଏହା ଉପରେ ରାଜ୍ୟ ସରକାର, ମୁଖ୍ୟ ଶାସନ ସଚିବ, ମୁଖ୍ରମନ୍ତ୍ରୀ ଦୃଷ୍ଟି ଦେବାକୁ ସାଧରଣରେ ଦାବି ହେଉଛି । ନଚେତ ଆଗାମୀ ଦିନରେ ପ୍ଲାଟ ସମ୍ମାଖରେ ଧାରଣ ଦିଆଯିବା ବୋଲି ପଂଚାୟତବାସୀଙ୍କ ପକ୍ଷରୁ କୁହାଯାଇଛି ।

Related Posts

About The Author

Add Comment