ବାରିପଦା, ୦୫.୦୧.୨୦୨୧(ସନ୍ଧାନ ନିଉଜ୍ /ଲିଙ୍ଗରାଜ ପଣ୍ଡା):- ଏଚ୍ଆଇଭି ଆକ୍ରାନ୍ତ ବା ଏଡସ୍ ହୋଇଥିବା ଲୋକଙ୍କ ପାଇଁ ସେପରି କୌଣସି ଚିକିତ୍ସା ନାହିଁ । ହେଲେ ଏହାକୁ ପ୍ରତିହତ କରାଯାଇ ପାରୁଛି । ଆପଣ ପ୍ରଥମ ଏଡସ୍ ଆକ୍ରାନ୍ତଙ୍କ ବିଷୟରେ ନିଶ୍ଚୟ ଜାଣିବା ପାଇଁ ଚାହୁଁଥିବେ । ଏହା ପ୍ରଥମେ ଆଫ୍ରିକୀୟ ମାଙ୍କଡଙ୍କ ଠାରୁ ମଣିଷଙ୍କ ନିକଟକୁ ଆସିଥିଲା । କୁହାଯାଏ ଏଡସ୍ ବ୍ୟାପକଭାବେ ଅସୁରକ୍ଷିତ ଯୌନ ସମ୍ପର୍କ ରଖିଲେ ବ୍ୟାପିଥାଏ । ଏହା ସହ ଗୋଟିଏ ସିରିଞ୍ଜିରେ ଇଂଜେକସନ୍ ନେଲେ, ବ୍ଲେଡ ଗୋଟିଏ ବ୍ୟବହାର କଲେ ମଧ୍ୟ ଏହା ବ୍ୟାପିଥାଏ । ତୃତୀୟ ବିଶ୍ୱ କୁହାଯାଉଥିବା ଆଫ୍ରିକାର ଗରିବ ଦେଶମାନଙ୍କରେ ପ୍ରଥମେ ଏଡସ୍ ବ୍ୟାପିଥିଲା । ଏଡସ୍ ବିଷୟରେ ଜାଣିବା ଏବଂ ସୁରକ୍ଷିତ ରହିବା ହିଁ ଏହାର ବଡ ଔଷଧ । ଅସୁରକ୍ଷିତ ଯୌନ ସମ୍ପର୍କରୁ ସବୁବେଳେ ଦୂରରେ ରହିବା ପାଇଁ କୁହାଯାଉଛି । ଦୁନିଆଁରେ ପ୍ରଥମେ ଏଡସ୍ ସିମ୍ପାଜୀଙ୍କ ଠାରୁ ମଣିଷଙ୍କୁ ବ୍ୟାପିଥିଲା । ସିମ୍ପାଜୀଙ୍କ ଶରୀରରେ ଏହି ଭୂତାଣୁ ମିଳିଥିଲା । ମାତ୍ର ତାଙ୍କର ଏହି ଭୂତାଣୁ କୌଣସି ଅନିଷ୍ଠ କରିପାରେ ନାହିଁ ।ସିମ୍ପାଜୀଙ୍କ ଶରୀରରେ ଏଚ୍ଆଇଭି ଭୂତାଣୁଙ୍କୁ ପ୍ରତିହତ କରିବାର କ୍ଷମତା ରହିଛି । ୧୯୨୦ ମସିହାରେ ପ୍ରଥମେ ଏଡସ୍ ମଣିଷଙ୍କୁ ବ୍ୟାପିଥିଲା । ଶିକାର ପାଇଁ ଯାଇଥିବା ଶିକାରୀଙ୍କୁ ଗୋଟିଏ ସିମ୍ପାଜୀ ଆକ୍ରମଣ କରିଥିଲା । ୧୯୨୦ ମସିହାରେ ଆଫ୍ରିକାର କଙ୍ଗୋରେ ଏମାନେ ଶିକାର ପାଇଁଯାଇଥିଲା । ସିମ୍ପାଜୀକୁ ଶିକାର କରିବା ପୂର୍ବରୁ ସେ ଶିକାରୀଙ୍କୁ କାମୁଡି ଆକ୍ରମଣ କରିଥିଲା । ଏଥିରେ ଶିକାରି ଗୁରୁତର ହୋଇଥିଲେ । ଗୁଳିବାଜି ସିମ୍ପାଜିମଧ୍ୟ ଆହତ ହୋଇଥିଲା । ଦୁଇ ଜଣଙ୍କ ଆକ୍ରମଣ ସମୟରେ ରକ୍ତ ଅନ୍ୟଙ୍କ ଶରୀରରେ ବାଜିଥିଲା । ସିମ୍ପାଜୀ ରକ୍ତାକ୍ତ ଅବସ୍ଥାରେ ଶିକାରୀଙ୍କୁ ଆକ୍ରମଣ କରିଥିଲା । ଶିକାରୀଙ୍କ ଶରୀରକୁ ସେଇଠାରୁ ଏଚ୍ଆଇଭି ଭୂତାଣୁ ଆସିଥିଲା ବୋଲି ବୈଜ୍ଞାନିକମାନେ ଦାବି କରନ୍ତି । ଏହାପରେ ସେହି ବ୍ୟକ୍ତିଙ୍କ ଶରୀରରେ ଏଚ୍ଆଇଭି ଭୂତାଣୁ ଅନେକ ଦିନ ଧରି ରହିଥିଲା । ତାଙ୍କ ଠାରୁ ଅନ୍ୟମାନଙ୍କୁ ବ୍ୟାପିଥିଲା । ବହୁ ବର୍ଷ ପରେ ତାଙ୍କର ଶରୀର ଅସୁସ୍ଥ ହେବା ସହ ଏଡସ୍ର ଲକ୍ଷଣ ଦେଖାଯାଇଥିଲା ବୋଲି କୁହାଯାଏ ।
ଆମେରିକାର ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ଫ୍ରିଭେନସ୍ ପକ୍ଷରୁ ଏ ନେଇ ଗବେଷଣା ମଧ୍ୟ କରାଯାଇଥିଲା (US Center for Disease Control and Prevention) ଅନ୍ୟ ବିଷୟ କୁହାଯାଏ । ଗେ କପଲ୍ଙ୍କ ଯୋଗୁଁ ଏହା ବ୍ୟାପିଥିବା କଥା ଦାବି କରାଯାଏ । ଲସ୍ ଆଞ୍ଜେଲସ୍ରେ ଆମେରିକାର ପ୍ରଥମ ଏଡସ୍ ଆକ୍ରାନ୍ତଙ୍କ ଚିହ୍ନଟ କରାଯାଇଥିଲା । ଏହି ୫ ଜଣ ଛାତ୍ର ଥିଲେ । ଏମାନେ ଗୋଟିଏ ସ୍ଥାନରେ ପାଠ ପଢୁଥିଲେ । ବିଶ୍ୱର ପ୍ରଥମ ପଞ୍ଜିକୃତ ଏଡସ୍ ଆକ୍ରାନ୍ତ ଗୈଟନ ଦୁଗାସ୍ । ସେ ଫ୍ଲାଇଟ୍ ଆଟେଣ୍ଡାଟ୍ ଥିଲେ । ତାଙ୍କ ରକ୍ତ ନମୁନାରୁ ଏଡସ୍ ଭାଇରସ୍ ଚିହ୍ନଟ କରାଯାଇଥିଲା । ସେଠାରୁ ଏଚ୍ଆଇଭି ବିଷୟରେ ସୂଚନା ମଧ୍ୟ ମିଳିଥିଲା । ତାଙ୍କୁ ଏଡସ୍ର ପେସେଣ୍ଟ ଜିରୋ ବୋଲି କୁହାଯାଏ । ଏହାପରେ ଚିହ୍ନଟ ହୋଇଥିବା ରୋଗୀଙ୍କ ମଧ୍ୟରେ ୯୨ ପ୍ରତିଶତ ଯୁବକ ଥିଲେ । ଧୀରେ ଧୀରେ ଏହା ମହିଳମାନଙ୍କ ମଧ୍ୟରେ ବ୍ୟାପିଥିଲା। ଏବ ଏଡସ୍ର ପ୍ରତିହତ ପାଇଁ ବିଭିନ୍ନ ଗବେଷଣା କରାଯାଉଛି । ମାତ୍ର ଏହି ଭୂତାଣୁର ମ୍ୟୁଟେସନ୍ ବହୁ ଶୀଘ୍ର ହେଉଥିବାରୁ ଏହାର ସଫଳ ଚିକିତ୍ସା ସମ୍ଭବ ନୁହେଁ ।