ପ୍ରଥମ ସୋମବାରରେ କାଉଡ଼ିଆ ମାନେ ଶିବ ମନ୍ଦିର ଗଲେ

Spread the love

ଯାଜପୁର ସଦର, ୧୮ା୦୭: ପ୍ରଥମ ସୋମବରରେ କାଉଡ଼ିଆ ମାନେ ଶ୍ରାବଣୀର ଝିପି ଝିପି ବରଷାରେ ଭିଜି ଭିଜି ଶିବ ଭକ୍ତମାନେ ବାବାକୁ ଦର୍ଶନ କରିବା ପାଇଁ ବିଭିନ୍ନ ଶିବ ମନ୍ଦିରରେ ପାଣି ଢ଼ାଳିବା ସହିତ ଦେଖିବାକୁ ମିଳିଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, କୋଭିଡ଼ ନିୟମ ପରିଶରରେ କାଉଡ଼ିଆ ମାନେ ଶିବ ମନ୍ଦିରକୁ ଯାତ୍ରା କରିବା ସହିତ ଶିବ ମନ୍ଦିରରେ ପହଁଞ୍ôଚ ଆଣିଥିବା ଜଳକୁ ଶିବଙ୍କ ଉପରେ ଢ଼ାଳିଥିଲେ । ଯାଜପୁର ଜିଲ୍ଲାର ବିଭିନ୍ନ ବ୍ଲକ୍‌ର କାଉଡ଼ିଆ ମାନଙ୍କର ପ୍ରଥମ ସୋମବର ହୋଇଥିବାରୁ ବିଭିନ୍ନ ନଦୀ ମାନଙ୍କରୁ ଜଳ ଉଠାଇ ଭୋଳାବାବା ପାର କରେଗା, ଗଞ୍ଜେଇ ବାବା ପାର କରେଗା, ଜଟାଧାରୀ ପାର କରେଗା ଜାତୀୟ ରାଜପଥ ମାନଙ୍କରେ ବିଭିନ୍ନ ଶିବ ମନ୍ଦିରକୁ ପାଦରେ ଚାଲି ଚାଲି ମହିଳା ଏବଂ ପୁରୁଷ ଭକ୍ତମାନେ କାନ୍ଧରେ ବାଉଁଗି ଧରି ଯାତ୍ରା କରିବା ସହିତ ଦୁଇ ବର୍ଷ ଧରି କାଭିଡ଼ ଲାଗି ରହିଥିବାରୁ ରାଜପଥ ମାନଙ୍କରେ କାଉଡ଼ିଆ ମାନଙ୍କର ଡାକ ଶୁଭୁ ନଥିଲା । ଏହି ଜିଲ୍ଲାରୁ କାଉଡ଼ିଆ ମାନେ ଗତକାଲି ଠାରୁ ବିଭିନ୍ନ ନଦୀ ମାନଙ୍କରୁ ଗୋକର୍ଣ୍ଣେଶ୍ୱର, ଧବଳେଶ୍ୱର, ଲୋକନାଥେଶ୍ୱର, ଆଖଣ୍ଡଳେଶ୍ୱର, ସ୍ୱପ୍ନେଶ୍ୱର, ଚନ୍ଦ୍ରଶେଖର, ଚନ୍ଦନେଶ୍ୱର ମହାଦେବଙ୍କ ପୀଠକୁ ପ୍ରଥମ ସୋମବାର ହୋଇଥିବାରୁ କାଉଡ଼ିଆ ମାନେ ଡାକ ଦେଇ ଯାତ୍ରା କରିଛନ୍ତି । ବିଭିନ୍ନ ଶିବ ମନ୍ଦିର ମାନଙ୍କରେ ପହଁଞ୍ôଚ ଶିବ ଭକ୍ତମାନେ ପାଣି ଢ଼ାଳିଥିଲେ । କୋଭିଡ଼ ଏହି ଜିଲ୍ଲାରେ ମାଡ଼ି ଆସିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ କାଉଡ଼ିଆ ମାନଙ୍କ ଉପରେ କୌଣସି କଟକଣା ଲାଗିନଥିବା ଦେଖିବାକୁ ମିଳିିଚି । ବିଭିନ୍ନ ଶିବ ମନ୍ଦିର ମାନଙ୍କରେ କାଉଡ଼ିଆ ଭକ୍ତମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା ।

Related Posts

About The Author

Add Comment