ପ୍ରଥମ ଭାରତୀୟ ଭାବେ ଅଭିନବ ବିନ୍ଦ୍ରା ପାଇଲେ ସୁଟିଙ୍ଗର ସର୍ବୋଚ୍ଚ ସମ୍ମାନ ‘ବ୍ଲୁ କ୍ରସ୍’

Spread the love

ନୂଆଦିଲ୍ଲୀ,  ୦୧/୧୨,(ସନ୍ଧାନ ନିୟୁଜ) : ବନ୍ଧୁକ ଚାଳନାରେ ଭାରତୀୟ ଅଲମ୍ପିକ୍ ପଦକ ବିଜେତା ଓ ବିଶ୍ୱ ଚାମ୍ପିଅନ୍ ସୁଟର୍ ଅଭିନବ ବିନ୍ଦ୍ରାଙ୍କୁ ଅନ୍ତର୍ଜାତୀୟ ବନ୍ଧୁକ ଚାଳନା ଖେଳ ମହାସଂଘର  ଆଥଲେଟ୍ ସମିତିର ଚେୟାରମ୍ୟାନ୍ ଭାବେ ଭଲ ସେବା ପାଇଁ ଖେଳର ଶୀର୍ଷ ସମ୍ମାନ ଦ୍ୱାରା ସମ୍ମାନିତ କରାଯାଇଛି । ୩୬ ବର୍ଷୀୟ ବିନ୍ଦ୍ରାଙ୍କୁ ଆଇଏସଏସଏଫର ସବୁଠାରୁ ବଡ଼ ପୁରସ୍କାର ‘ବ୍ଲୁ କ୍ରସ୍’ ଦ୍ୱାରା ସମ୍ମାନିତ କରାଯାଇଛି। ବିନ୍ଦ୍ରା ହେଉଛନ୍ତି  ଭାରତର ଏକମାତ୍ର ବ୍ୟକ୍ତିଗତ ଅଲମ୍ପିକ୍ ସ୍ୱର୍ଣ୍ଣ ପଦକଧାରୀ ।

ବିନ୍ଦ୍ରା ତାଙ୍କ ଟ୍ୱିଟରରେ ଲେଖିଛନ୍ତି କି, “ମ୍ୟୁନିକରେ ଆଜି ଆଇଏସଏସଏଫର ସବୁଠାରୁ ବଡ଼ ପୁରସ୍କାର ‘ବ୍ଲୁ କ୍ରସ୍’ ଲାଭ କରି ମୁଁ ବହୁତ କୃତଜ୍ଞ ଅନୁଭବ କରୁଛି ।” ବିନ୍ଦ୍ରାଙ୍କ ପରେ ଏବେ ମହାନ ଆମେରିକୀୟ ସୁଟର୍ କିମ୍ବରଲେ ରୋଡେଙ୍କୁ ଏହି ପଦ ପାଇଁ ଚୟନ କରାଯାଇଛି । ବିନ୍ଦ୍ରା ୨୦୦୮ ବେଜିଙ୍ଗ ଅଲମ୍ପିକରେ ୧୦ ମିଟର ଏୟାର ରାଇଫଲ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ ।

ସେ ୨୦୧୦ରୁ ୨୦୧୪ ପର୍ଯ୍ୟନ୍ତ ଆଇଏସଏସଏଫ ଆଥଲେଟ୍ ସମିତିର ସଦସ୍ୟ ଓ ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ଚେୟାରମ୍ୟାନ୍ ରହିଛନ୍ତି । ବିନ୍ଦ୍ରାଙ୍କୁ ତାଙ୍କ କାର୍ଯ୍ୟକାଳ ସମୟରେ ଜାନୁୟାରି ୨୦୧୬ରେ ‘ପ୍ରେସିଡେଣ୍ଟସ୍ ବଟନ୍’ ଓ ‘ଡିପ୍ଲୋମା ଅଫ୍ ଅନର’ ଦ୍ୱାରା ସମ୍ମାନିତ କରାଯାଇଥିଲା। ବିନ୍ଦ୍ରାଙ୍କ ଜୀବନ ଉପରେ ଅଭିନେତା ହର୍ଷବର୍ଦ୍ଧନ କପୁରଙ୍କୁ ନେଇ ବାୟୋପିକ୍ ନିର୍ମାଣ କରାଯାଉଛି ।

Related Posts

About The Author

Add Comment