ପ୍ରଥମ ଇ-କବିତା ଆସର ଆୟୋଜିତ*

Spread the love
ଭୁବନେଶ୍ୱର, ୧୫/୧୧/୨୦ (ସନ୍ଧାନ ନିଉଜ) : ବିବେକାନନ୍ଦ ଯୁବ ସଂସଦ ତରଫରୁ ୨୨ ତମ ଇ-ପାଠ୍ୟଚକ୍ର ତଥା ପ୍ରଥମ ଇ-କବିତା ଆସର ରବିବାର ଅପରାହ୍ନ ୩.୦୦-୫.୦୦ ମଧ୍ୟରେ ଆୟୋଜିତ ହେଇଜାଇ ଅଛି । ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ କବି ଏବଂ କବୟିତ୍ରୀ ଗଣ ଯୋଗଦାନ କରି *ମୋ ଗାଁ ସେଦିନ ଏବଂ ଆଜି* ଶୀର୍ଷକରେ ସ୍ୱରଚିତ କବିତା ମାନ ପରିବେଷଣ କରିଥିଲେ। ଏହି ସଭାରେ ପୌରୋହିତ୍ୟ କରିଥିଲେ ଅନୁଗୁଳ ଜିଲ୍ଲା ସ୍ୱାମୀବିବେକାନନ୍ଦ ଲୋକ ସଂସଦର ସଭାପତି ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁ । କବି ସମ୍ମିଳନୀ କୁ ମିଳିତ ସଂଯୋଜନା କରିଥିଲେ ଭଦ୍ରକ ଜିଲ୍ଲାରୁ ଶ୍ରୀ ନାରାୟଣ ଚନ୍ଦ୍ର ବୋଇତାଇ ଏବଂ କେଉଁଝର ରୁ ଶ୍ରୀ ସୁରେନ୍ଦ୍ର ନାଥ ଜେନା । ସଭା ପ୍ରାରମ୍ଭରେ ୱେବିନାର୍ ମୁଖ୍ୟ ସଂଯୋଜକ  ଶ୍ରୀ ଅରୁଣ କୁମାର ତ୍ରିପାଠୀ ମାଁସରସ୍ୱତୀ ଙ୍କ ବନ୍ଦନା ପରିବେଷଣ କରିଥିବା ସ୍ଥଳେ ସଭାଶେଷରେ ଶାନ୍ତିପାଠ କରି ଜଗତ କଲ୍ୟାଣ କାମନା କରାଯାଇଥିଲା । ଶେଷରେ ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ ଅଧ୍ୟାପକ ଶ୍ରୀ ହରିଶଙ୍କର ପାଣ୍ତେ । ଏଥିରେ ଯୋଗଦେଇଥି ସୃଜନୀକାର ମାନ  ହେଲେ-ସର୍ବଶ୍ରୀ ରବିନ୍ଦ୍ରନାଥ ସାହୁ,କ୍ଷମାନିଧି ସାହୁ,ରାଜେଶ କୁମାର ଜେନା,ଗୋପିନାଥ ସାହୁ,ଚନ୍ଦନ କୁମାର ପାଣିଗ୍ରାହୀ,ସମୀର କହଁର,ଲିଟୁ ସେଠୀ,ରାମଚନ୍ଦ୍ର ପୃଷ୍ଟି,ବୈଦ୍ୟନାଥ ପଣ୍ତା,ମନୋରଂଜନ ପଣ୍ତା, ମାନସ ଦାସ ଏବଂ ଶ୍ରୀମତି ବିଣାପାଣୀ ତ୍ରିପାଠୀ,ଶ୍ରୀମତି ସୁନିତା ବେହେରା, ଶ୍ରୀମତି ବେବିରାଣୀ ନନ୍ଦ,ଶ୍ରୀମତି ସ୍ୱାଗତିକା ସାହୁ । ଆଗାମୀ ରବିବାର ଅବାରିତ ବିକାଶ ନିମନ୍ତେ ଗୋ-ପ୍ରାଧାନ୍ୟ ପରିସଂସ୍ଥା ବିଷୟରେ ୱେବିନାର୍ ଆୟୋଜିତ ହେବ ବୋଲି ଅନୁଷ୍ଠାନର ସମ୍ପାଦକ ଡ. ଚିତ୍ତରଞନ ନାୟକ ଏକ ପ୍ରେସ୍ ବିବୃତ୍ତିରେ ସୂଚନା ପ୍ରଦାନ କରିଛନ୍ତି ।

Related Posts

About The Author

Add Comment