ଭୁବନେଶ୍ୱର, ୧୪/୧/୨୦୨୦ (ସନ୍ଧାନ ନିଉଜ) : ଯୁକ୍ତ ଦୁଇ ପରୀକ୍ଷାରେ ଗଣଶିକ୍ଷା ବିଭାଗ ସଂସ୍କାର ଆଣୁଛନ୍ତି। ଏହି ସଂସ୍କାର ଅନୁସାରେ ଛାତ୍ରଛାତ୍ରୀଙ୍କୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ପାସ ନହେଲେ ଛାତ୍ରଛାତ୍ରୀ ଦ୍ୱିତୀୟ ବର୍ଷକୁ ଯାଇ ପାରିବେ ନାହିଁ। ଖୁବଶୀଘ୍ର ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ। ଦ୍ୱିତୀୟ ବର୍ଷ ଭଳି ପ୍ରଥମ ବର୍ଷ ମଧ୍ୟ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାକୁ ପଡ଼ିବ। ପରୀକ୍ଷାରେ ପାସ୍ କଲେ ଯାଇ ଛାତ୍ରଛାତ୍ରୀ ଦ୍ୱିତୀୟ ବର୍ଷକୁ ଯାଇ ପାରିବେ। ଆଉ ଫେଲ୍ ହେଲେ ପୁଣି ଥରେ ପରୀକ୍ଷା ଦେବାକୁ ପଡ଼ିିବ।
ମିଳିଥିବା ଖବର ଅନୁସାରେ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଯାଉଛି। ରାଜ୍ୟର ସମସ୍ତ କଲେଜକୁ ଚିଠି ଲେଖି ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯିବ।