କଟକ, ୧୩/୦୮/୨୦୨୧ (ସନ୍ଧାନ ନିଉଜ) – କଟକ ସଦର ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ବୟାଳିଶମୌଜା ବେଣ୍ଟକାର ଫାଣ୍ଡି ଭାରପ୍ରାପ୍ତ ଅଧିକାରୀ ଜୟକୃଷ୍ଣ ବେହେରା,ସହକାରୀ ରବିନାରାୟଣ ସିଂ ଓ ବେଣ୍ଟକାର ଅଞ୍ଚଳରେ ଥିବା ସମସ୍ତ ସ୍କୁଲର ଦଶମ ପରୀକ୍ଷା ଅଧିକ ନମ୍ବର ରଖି ପାସ କରିଥିବା ଛାତ୍ରଛାତ୍ରୀ ଜୟ ପ୍ରକାଶ ରାୟ,ସରସ୍ୱତୀ ଶିଶୁ ମନ୍ଦିର ବେଣ୍ଟକାର ଲକ୍ଷ୍ମୀପ୍ରୀୟା ପରିଡା, ବେଣ୍ଟକାର ଉଚ୍ଚ ବିଦ୍ୟାଳୟ, ଅଙ୍କିତା ଦେବତା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଦଧୀବାବନପୁର ସ୍କୁଲର ଛାତ୍ରଛାତ୍ରୀ ମାନକୁ ଓ ବେଣ୍ଟକାର ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ କଳ୍ପତରୁ ପାଗଳ, ମନୋରଞ୍ଜନ ଶତପଥୀ ପ୍ରମୁଖଙ୍କୁ ପରିଷଦର ସଭାପତି ଅଶୋକ କୁମାର ବିଶ୍ବାଳ, ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି, ପ୍ରାଧ୍ୟାପକ ସେକ କଲିମୁଲ୍ଲା,ବିନୋଦ ବେହେରା, ସମାଜସେବୀ ବୁଲେଇ ବେହେରା, ପ୍ରଭାକର ଖଟୁଆ,ଭାସ୍କର ଦାସ, ମୋନରଞ୍ଜନ୍ ଶତପଥୀ, ସରସ୍ଵତୀ କଳା ପରିଷଦର ସମ୍ପାଦକ ନାଟ୍ୟକାର ଅଶୋକ ପଟ୍ଟନାୟକ ଆଦି ସମ୍ବର୍ଦ୍ଧିତ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ସାଂସ୍କୃତିକ ସମ୍ପାଦକ ରୁଦ୍ର ନାରାୟଣ ଦାସ ଧନ୍ୟବାଦ ଦେଇଥିଲେ ।
ପ୍ରତିଭା ପୂଜା ଆମ ଜୀବନର ଲକ୍ଷ୍ୟ ଆଉ ଉଦ୍ଦେଶ୍ୟ : ସଂଗଠକ ତଥା ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି
|
August 13, 2021 |


