ପ୍ରତିଦିନ ଡାଲି ଖାଉଛନ୍ତି କି ?

Spread the love

ବାରିପଦା, 09.02.2021(ସନ୍ଧାନ ନିଉଜ୍) :- ଡାଲି ଖାଇବାକୁ ଭଲା କାହାକୁ ଭଲା ଲାଗେନି। ଡାଲିରେ ଭରପୁର ମାତ୍ରାରେ ପ୍ରୋଟିନ ରହିଛି। ଡାଲି ସୁସ୍ଥ ଶରୀର ପାଇଁ ନିହାତି ଆବଶ୍ୟକ। ଡାଲି ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ। ତେବେ ଡାଲି ଖାଇବାରେ କିଛି ଅସୁବିଧା ମଧ୍ୟ ହୋଇଥାଏ। ବୋଧହୁଏ ଆପଣଙ୍କୁ ବିଶ୍ୱାସ ହେବନି କିନ୍ତୁ ଏହା ସତ। ଡାଲି ଖାଇବା ଦ୍ୱାରା କଣ କଣ ସମସ୍ୟା ହୋଇଥାଏ ଜାଣନ୍ତୁ।

୧. ଯେକୌଣସି ଜିନିଷ ଅଧିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଠିକ ସେହିଭଳି ଅଧିକ ଡାଲି ଖାଇବା ମଧ୍ୟ ହାନିକାରକ। ଅଧିକ ଡାଲି ଖାଇବା ଦ୍ୱାରା ତାର ପ୍ରଭାବ ସିଧା ସଳଖ ଲିଭର ଉପରେ ପଡିଥାଏ। ଏପରିକି ଲିଭରରେ ଷ୍ଟୋନ ହେବାର ମଧ୍ୟ ସମ୍ଭାବନା ରହିଛି।

୨. ଡାଲି ଖାଇବା ଦ୍ୱାରା ଗ୍ୟାସ ସମସ୍ୟା ମଧ୍ୟ ହୋଇଥାଏ। ଅଧିକ ଡାଲି ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା ହୋଇଥାଏ।

୩. ଅଧିକ ଡାଲି ଖାଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରି ପାରିନଥାଏ। ଶରୀରରୁ ବିଷାକ୍ତ ପଦାର୍ଥ ନ ବାହାରିବା କ୍ଷତିକାରକ ପ୍ରମାଣିତ ହୋଇଥାଏ।

ଡାଲି ଖାଇବାର ଅନେକ ଲାଭ ମଧ୍ୟ ଅଛି। ମୁଗ ଡାଲି ଓ ମଶୁରି ଡାଲି ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟକ। ମୁଗ ଓ ମଶୁରି ଡାଲି ମିଶାଇ ଖାଇବା ଅତ୍ୟନ୍ତ ହିତକର। ଏହା ଆପଣ ଯେକୌଣସି ଋତୁରେ ଖାଇପାରିବେ। ବିଶେଷ କରି ବର୍ଷା ଋତୁରେ ମୁଗ ଓ ମଶୁରି ଡାଲି ବହୁତ ଲାଭଦାୟକ। କାରଣ ବର୍ଷା ଋତୁରେ ପାଚନ ପ୍ରକ୍ରିୟା ବହୁତ ଦୁର୍ବଳ ହୋଇଯାଇଥାଏ। କୌଣସି ଜିନିଷ ଶୀଘ୍ର ହଜମ ହୋଇନଥାଏ। ଏହିଭଳି ସ୍ଥିତିରେ ମୁଗ ଓ ମଶୁରି ଡାଲି ଶୀଘ୍ର ହଜମ ହୋଇଥାଏ। ଗ୍ରୀଷ୍ମ ଋତୁରେ ଥଣ୍ଡା ଜାତୀୟ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଏ ଯାହା ପେଟକୁ ଥଣ୍ଡା ରଖିଥାଏ। ସେହିଭଳି ଶୀତ ଦିନରେ ଗରମ ଜାତୀୟ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଥାଏ। ଆପଣ ଚାହିଁଲେ ମୁଗ ଓ ମଶୁରିକୁ ଅଲଗା ଅଲଗା ମଧ୍ୟ ପ୍ରସ୍ତୁତ କରିପାରିବେ। ମୁଗ ପେଟକୁ ଥଣ୍ଡା ରଖିଥାଏ। କିନ୍ତୁ ମଶୁରି ଡାଲି ଶରୀରକୁ ଗରମ କରିଥାଏ। ସେଥିପାଇଁ ମୌସୁମୀ ଋତୁରେ ଏହି ଦୁଇ ଡାଲିକୁ ମିଶାଇ ଖାଇଲେ ଲାଭଦାୟକ ପ୍ରମାଣିତ ହୋଇଥାଏ।

Related Posts

About The Author

Add Comment