ବାରିପଦା, 05.02.2021 (ସନ୍ଧାନ ନିଉଜ୍):– ସପେଟା, ଏକ ସ୍ୱାଦିଷ୍ଟ ଏବଂ ଭିଟାମିନ୍ରେ ଭରପୁର ଫଳ । ଏକ୍ସପର୍ଟଙ୍କ ଅନୁସାରେ, ପ୍ରତ୍ୟେକ ଦିନ ଗୋଟିଏ ସପେଟା ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିବା ସହିତ ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି ପାଇଥାଏ । ଏଥିରେ ଆଣ୍ଟି ଅକ୍ସିଡେଣ୍ଟ, ଆଣ୍ଟି ଭାଇରଲ, ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଥିବାରୁ ଏହାକୁ ଖାଇବା ଦ୍ୱାରା ମାଂସପେଶୀ ଏବଂ ହାଡ ମଜବୁତ ହେବା ସହିତ କ୍ୟାନ୍ସର ଭଳି ଗମ୍ଭୀର ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା କମ୍ ରହିଥାଏ ।
କ୍ୟାନ୍ସର ରୋଗରୁ ବଞ୍ଚାଇଥାଏ : ଏଥିରେ ଭିଟାମିନ- ଏ ଏବଂ ବି, ଆଇରନ୍, କ୍ୟାଲସିୟମ୍, ଫାଇବର, ଆଣ୍ଟି ଅକ୍ସିଡେଣ୍ଟ, ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଥାଏ । ଏହାକୁ ଖାଇବା ଦ୍ୱାରା ଶରୀରରେ କ୍ୟାନ୍ସର କୋଷକୁ ବୃଦ୍ଧି କରିବାରେ ରୋକିଥାଏ । ଫୁସଫୁସ ଏବଂ ମୁଁଖ କ୍ୟାନ୍ସର ହେବାରୁ ବଞ୍ଚାଇଥାଏ ।
କିଡ୍ନୀ ଷ୍ଟୋନ୍ ରୁ ମୁକ୍ତି ଦେଇଥାଏ : କିଡ୍ନୀ ଷ୍ଟୋନ୍ ପାଇଁ ଚିନ୍ତିତ ଥିବା ଲୋକଙ୍କୁ ସପେଟା ର ମଞ୍ଜିକୁ ଗୁଣ୍ଡ କରି ଖାଇବା ଉଚିତ । ଏହାକୁ ଖାଇବା ଦ୍ୱାରା ପଥର, ପରିଶ୍ରା ରେ ବାହାରି ଯାଇଥାଏ । ଏଥି ସହିତ କିଡ୍ନୀ ଜନିତ ଅନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ ।
ଆଖି ପାଇଁ ଲାଭ ଦାୟକ: ସପେଟାରେ ଭିଟାମିନ-ଏ ରହିଥିବା କାରଣରୁ ଆଖିର ଉଜ୍ୱଳ ବଢିବା ସହିତ ଆଖିଜନିତ ସମସ୍ୟାରୁ ବଞ୍ଚାଇଥାଏ । ସେଥିଲାଗି ସମସ୍ତଙ୍କୁ ନିଜର ଡାଏଟ୍ ରେ ଏହାକୁ ଖାଇବା ଉଚିତ ।
ହାଡ ମଜବୁତ କରିଥାଏ : କ୍ୟାଲସିୟମ୍ ରେ ଭରପୁର ସପେଟା କୁ ଖାଇବା ଦ୍ୱାରା ମାଂସପେଶୀ ଏବଂ ହାଡ ମଜବୁତ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ଗଣ୍ଠି ଜନିତ କଷ୍ଟରୁ ମଧ୍ୟ ଉପଶମ ମିଳିଥାଏ ।
ଚିନ୍ତା ଦୂର କରିଥାଏ : ନିଜର ବ୍ୟସ୍ତବହୁଳ ଜୀବନ କାରଣରୁ ବ୍ୟକ୍ତି ସବୁବେଳେ ଚିନ୍ତାରେ ରହିଥାଏ । ଏଥିପାଇଁ ଆଣ୍ଟି-ଅକ୍ସିଡେଣ୍ଟ ଗୁଣରେ ଭରପୁର ସପେଟା ଖାଇବା ଦ୍ୱାରା ମସ୍ତିସ୍କ ଶାନ୍ତ ରହିବା ସହିତ ଭଲ ନିଦ ହେବାରେ ସାହାଯ୍ୟ କରିଥାଏ ।
କୋଷ୍ଠ କାଠିନ୍ୟରୁ ମୁକ୍ତି : କୋଷ୍ଠକାଠିନ୍ୟ ପାଇଁ ଚିନ୍ତିତ ଲୋକଙ୍କୁ ସପେଟା ଖାଇବା ବେଷ୍ଟ ଅପ୍ସନ୍ ହୋଇଥାଏ । ଏହା ହଜମ ପ୍ରକ୍ରିୟା କୁ ଠିକ କରି କୋଷ୍ଠକାଠିନ୍ୟ ସଂକ୍ରମଣ ସହିତ ଲଢ଼ିବାରେ ସାହାଯ୍ୟ କରିଥାଏ ।
କେଶ ପାଇଁ ଲାଭ ଦାୟକ : ସ୍ୱାସ୍ଥ୍ୟ ସହିତ ଏହା କେଶ ପାଇଁ ମଧ୍ୟ ଲାଭ ଦାୟକ ହୋଇଥାଏ । ସପେଟାର ମଞ୍ଜିରୁ ତିଆରି ତେଲ କେଶର ଶୁଖିଲାପଣ ଦୂର କରି ଏହାକୁ ସିଲ୍କ କରିଥାଏ ।
ସ୍କିନ୍ ଗ୍ଲୋ କରିଥାଏ : ଏହାର ଫେସ ପ୍ୟାକ୍ ପ୍ରସ୍ତୁତ କରି ମୁଁହରେ ଲଗାଇବା ଦ୍ୱାରା ସ୍କିନ କୁ ଭିତରୁ ସଫା କରି ମୁଁହରେ ହୋଇଥିବା ଦାଗ, ଡାର୍କ ସର୍କଲ ଏବଂ ଶୁଖିଲା ପଣ ଦୂର କରିଥାଏ ।