ପ୍ରଚଣ୍ଡ ଗ୍ରୀଷ୍ମ ତାପରେ ଅନବରତ ବିଜୁଳି କାଟ ଅଞ୍ଚଳବାସୀଙ୍କ ପାଇଁ ହେଲା କାଳ

Spread the love

ସୁନ୍ଦରଗଡ ତା: ୧/୬/୨୦୨୩ ( ସନ୍ଧାନ ନିଉଜ/ ରାଜୁ ପଟେଲ)ଭାରତ ସରକାର ତଥା ରାଜ୍ୟ ସରକାର ଯୋଜନା ଉପରେ ଯୋଜନା କରି ଚାଲିଛନ୍ତି କିନ୍ତୁ ଯୋଜନା ଗୁଡିକୁ ଠିକ ହିସାବ ରେ ପାରିଚାଳନା କରି ପାରୁ ନାହାନ୍ତି l ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ତଲସରା ଗ୍ରାମ ପଂଚାୟତ ର ପଣ୍ଡାରିକାନୀ (ଭାଲୁ କୁନା )ଗ୍ରାମରେ ଅଂଚଳ ଲୋକେ 2ବର୍ଷ ହେବ ବିଜୁଳି ବଂଚିତ ଅଛନ୍ତି l ଅନେକ ଥର ବିଜୁଳି ବିଭାଗ ର କାର୍ଯାଳୟ କୁ ଏ ଅଂଚଳ ର ଲୋକେ ଯାଇ ନିବେଦନ ଦରଖାସ୍ତ ଦେଇଥିଲା ବେଳେ କାହାରି ଏଠାକାର କାର୍ଯ୍ୟ ପାଇଁ କୌଣସି ଅଧିକାରୀ ଙ୍କ ନଜର ପଡି ନି l ଏ ଅଂଚଳ ର ଲାଗିଥିବା ଟ୍ରାସଫର୍ମା କୁ ଖୋଲି ନେଇଛନ୍ତି ବିଜୁଳି ବିଭାଗ ର କର୍ମଚାରୀ ମାନେ l ବିଜୁଳି ବିଭାଗ ର କାର୍ଯାଳୟ କୁ ଯାଇ କହିବାରୁ ଅତିଶୀଘ୍ର କାର୍ଯ୍ୟକାରୀ କରାଯିବାର ମିଥ୍ୟା ପ୍ରତିଶୃତି ଦେଉଛନ୍ତି । ଏହି ଅଂଚଳ ଟି ଜଙ୍ଗଳ ଥିବା ବେଳେ ଏ ରାସ୍ତା ଦେଇଛି ହାତୀ ମଧ୍ୟ ଯା ଆସ କରନ୍ତି l ପିଲା ମାନଙ୍କର ପଡୁଥିବା ଅସୁବିଧା ଦେଖିବାକୁ ମିଳିଛି l ଏ ଅଂଚଳ ରେ ଅତି ଶୀଘ୍ର ବିଜୁଳି ଲାଗୁ ବୋଲି ଅନୁରୋଧ କରିଛନ୍ତି ଏ ଅଂଚଳ ର ଲୋକ l

Related Posts

About The Author

Add Comment