ପ୍ରଗତି ପବ୍ଲିକ ସ୍କୁଲକୁ କାରଣ ଦର୍ଶାଅ ନୋଟିସ

Spread the love

ରାଉରକେଲା ୩/୯ (ସନ୍ଧାନ ନିୟୁଜ/ସୁବୋଧ ନାୟକ) : ନବକୃଷ୍ଣନଗର ମା ମଙ୍ଗଳା ମନ୍ଦିର ହଲ ଠାରେ ଓଡ଼ିଶା ଅଭିଭାବକ ମହାସଂଘ ଏବଂ ଅଭିଭାବକ ସଂଘ ପ୍ରଗତି ପବ୍ଲିକ ସ୍କୁଲ ରାଉରକେଲା ଅଭିଭାବକ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଓ ପୁନ୍ୟାଶ୍ଲୋକ ମହାନ୍ତି ଯୋଗଦେଇ ଅଭିଭାବକ ମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ପୁଂଖାନୁପଂଖ ଆଲୋଚନା କରିଥିଲେ । ଏଥିରେ ମୁଖ୍ୟତଃ ପ୍ରଗତି ପବ୍ଲିକ ସ୍କୁଲର ଫି ବୃଦ୍ଧି, ପରିଚାଳନା କମିଟିର ମନମୁଖି କାର୍ଯ୍ୟ ଓ ଅଭିଭାବକଙ୍କୁ ଦୃବ୍ୟବହାର ବିଷୟରେ ବିଶଦ ଭାବରେ ଆଲୋଚନା କରାଯାଇଥିଲା । ଏଥିସହ ଦକ୍ଷିଣ ରାଉରକେଲାରୁ ଆସିଥିବା ଅଭିଭାବକ ମାନେ ନିଜନିଜର ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ବୈଠକ ପ୍ରକାରନ୍ତେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବାସୁଦେବ ଭଟ୍ଟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଜାରି କରାଯାଇଥିବା କାରଣ ଦର୍ଶାଅ ନୋଟିସକୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଅବଗତି ନିମନ୍ତେ ଅବଗତ କରାଇଥିଲେ । ଉକ୍ତ ଚିଠିଟି ପ୍ରଗତି ପବ୍ଲିକ ସ୍କୁଲ ମନୋମୁଖ୍ô ଫି ବୃଦ୍ଧି ବିରୁଦ୍ଧରେ ରାଜ୍ୟ ସରକାରଙ୍କ ପକ୍ଷରୁ(ଚିଠି ନଂ ୩୧୫୪୦)୨୨/୮/୨୦୧୯ ରିଖରେ ଜାରି କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ଶ୍ରୀ ଭଟ୍ଟ ଅସନ୍ତୋଷ ପ୍ରକାଶ କରି କହିଲେଯେ, ସରକାରୀ ନିଦେ୍ର୍ଦଶନାମା ଥିବା ସତ୍ୱେ ରାଜ୍ୟରେ ଥିବା୍ୱ ବିଦ୍ୟାଳୟ ଗୁଡ଼ିକରେ ବସ୍ତାନୀ ବୋଝ କମାଇବା ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ କି ତଦାରଖ କମିଟି ଗଠନ କରାଯାଉ ନାହିଁ ।ଏହାପରେ ଅଭିଭାବକ କମିଟିର ଏକ ପ୍ରତିନିଧି ଦଳ ସୁନ୍ଦରଗଡ଼ ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ଯୋଗଦେଇ ନିଜ ନିଜର ଅଭିଯୋଗ ରଖିଥିଲେ । ଅଭିଯୋଗ ଶୁଣିବା ପରେ ଜିଲାପାଳ ତୁରନ୍ତ ଉକ୍ତ ଅଭିଯୋଗକୁ ଜିଲା ଶିକ୍ଷାଧିକାରୀଙ୍କୁ ହସ୍ତାନ୍ତର କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ ।
ପ୍ରକାଶ ଥାଉକି, ଫି ବୃଦ୍ଧି ବିରୋଧରେ ଅନେକଥର ଆଲୋଚନା ଓ ପର୍ଯ୍ୟାଲୋଚନା ପରେ କୌଣସି ସୁଫଳ ନମିଳିବାରୁ ପ୍ରଗତି ସ୍କୁଲ ଅଭିଭାବକ ସଂଘ ତରଫରୁ ଓଡ଼ିଶା ଅଭିଭାବକ ସଂଘର ଦୃଷ୍ଟି ଆକର୍ଷଣ କରାଯାଇ ଅଭିଯୋଗ କରାଯାଇଥିଲା । ଏହାପରେ ଉକ୍ତ ଅଭିଯୋଗକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିକଟରେ ଦାଖଲ କରାଯାଇଥିଲା । ଉକ୍ତ ବିଭାଗ ଏହା ଉପରେ ତର୍ଜମା କରି ପ୍ରଗତି ପବ୍ଲିକ ସ୍କୁଲକୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଉକ୍ତ ନୋଟିସରେ ଉଲ୍ଲେଖ କରାଯାଇଛି କି, ସରକାରୀ ନିଦେ୍ର୍ଦଶାନାମାକୁ ଉଲଂଘନ କରି ଆଦାୟ କରିଥିବା ୧୫ ପ୍ରତିଶତ ଫି ଉପରେ ୧୫ ଦିନ ମଧ୍ୟରେ ପ୍ରଗତି ସ୍କୁଲ କର୍ତୃପକ୍ଷ ନିଜ ଉତର ରଖନ୍ତୁ , ଅନ୍ୟଥା ବିଦ୍ୟାଳୟର ସିଓଆର ପ୍ରତ୍ୟାହାର କରାଯିବ । ସରକାରୀ ନିଦେ୍ର୍ଦଶାନାମା ଅନୁସାରେ (ଏଫଆରସି) ସର୍ବାଧିକ ୮ ପ୍ରତିଶତ ହିସାବରେ ଆଦାୟ ହେବା କଥା ବୋଲି ସାମ୍ବାଦିକ ସମ୍ମିଳନୀରେ ଗଣାମାଧ୍ୟମ ପ୍ରତିନିଧି ମାନଙ୍କ ଅବଗତି ପାଇଁ ସୂଚନା ଦେଇଥିଲେ । ଏହା ପୂର୍ବରୁ ଆୟୋଜିତ ବୈଠକରେ ରାଉରକେଲାର ବିଭିନ୍ନ ବିଦ୍ୟାଳୟର ଅଭିଭାବକ, ସ୍ଥାନୀୟ ବୁଦ୍ଧିଜିବୀ ମାନେ ଉପସ୍ଥିତ ଥିବା ବେଳେ ସାମ୍ବାଦିକ ସମ୍ମିଳନୀରେ ଅମୀୟ ମଲ୍ଲିକ,ଅଜୟ କୁମାର ସାହୁ,ଗଙ୍ଗାଧର ଜେନା,ନିରଂଜନ ସ୍ୱାଇଁ ,ପ୍ରଭାତ କୁମାର ବାରିକ,ବିଚିତ୍ରା କୁମାର ଦାସ,ସୁଜୀତ ବିଶ୍ୱାଳ,ବାସୁଦେବ ସାହୁ,ମଧୁସୂଦନ ସାହାଣୀ.ଉମେଶ ଚନ୍ଦ୍ର ସାହୁ,ଜୋଗେନ୍ଦ୍ର ମହାନ୍ତି,ସ୍ୱର୍ଣ୍ଣଲତା ରଥ,ସୁରଜ ଦାସ,ରାଜୀବ ଲୋଚନ ସ୍ୱାଇଁ,ମଧୁସ୍ମିତା ପ୍ରଧାନ,ସୁଦର୍ଶନ ପଣ୍ଡା,ଭାଗୀରଥୀ ପଲେଇ,ଅଶୋକ ପଶାୟତ ପ୍ରମୁଖ ଉପସ୍ଥିତ ଥିଲେ ।

Related Posts

About The Author

Add Comment