ସୁନ୍ଦରଗଡ଼ ତା:୨୪/୧୨/୨୦୨୧( ସନ୍ଧାନ ନିଉଜ/ରାଜୁ ପଟେଲ ) ତଲସରା ଛକ ଠାରେ ସ୍ବର୍ଗତ ଗଜାଧର ମାଝୀଙ୍କ ପ୍ରତିମୂର୍ତିରେ ପ୍ରଗତି ଦଳ ତରଫରୁ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ସ୍ୱର୍ଗତ ତଲସରା ବିଧାୟକ ଯୋଉ ପ୍ରକାର ପ୍ରଗତି ଉପରେ କାର୍ଯ୍ୟକରି ଆସୁଥିଲେ ତାକୁ ତାଙ୍କ ପ୍ରତିନିଧି ଡକ୍ଟର ପ୍ରଫୁଲ୍ଲ ମାଝୀ ଦଳ ପରିଵର୍ତନ କରି ଏକ ନଗ୍ନ ଚିତ୍ର ଦର୍ଶାଇଥିବା ପ୍ରଗତି ଦଳ ସଭାପତି ପ୍ରଫୁଲ୍ଲ ରୋହିଦାସ କହିଛନ୍ତି । ଏହି ପରିପେକ୍ଷିରେ ଓଡିଶା ପ୍ରଗତି ଦଳ ସ୍ୱର୍ଗତ ମାଝୀଙ୍କ ପ୍ରଗତିର ଉନ୍ନତିମୂଳକ ଧାରାକୁ ଆଗେଇ ନେବାକୁ ତଥା ତଲସରା ନିର୍ବାଚନ ମଣ୍ଡଳୀକୁ ଏକ ନୂଆ ରୂପ ଦେବାକୁ ପ୍ରଗତି ଦଳ ସଭାପତି ପ୍ରଫୁଲ୍ଲ ରୋହିଦାସ ପ୍ରତିଶୃତି ଦେଇଛନ୍ତି ।
ପ୍ରଗତି ଦଳ ପକ୍ଷରୁ ତଲସରା ପୂର୍ବତନ ବିଧାୟକ ତଥା ସ୍ୱର୍ଗତ ଗଜାଧର ମାଝୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ
|
December 25, 2021 |



