ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ

Spread the love

ନୂଆଦିଲ୍ଲୀ ୧୩/୦୭ (ସନ୍ଧାନ ନିଉଜ) : ସିବିଏସଇ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏନେଇ ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ଟ୍ୱିଟ କରି ସୂଚନା ଦେଇଛନ୍ତି। ପରୀକ୍ଷା ଫଳ ଦେଖିବା ପାଇଁ cbseresults.nic.in ଲଗଇନ୍ କରନ୍ତୁ।

ଜାତୀୟ ସ୍ତରରେ ପାସ୍‌ ହାର ୮୮.୭୮% ହୋଇଛି।
ରେଜିଷ୍ଟ୍ରେସନ କରିଥିଲେ – ୧୨, ୦୩, ୫୯୫ ଛାତ୍ରଛାତ୍ରୀ
ପରୀକ୍ଷା ଦେଇଥିଲେ – ୧୧, ୯୨, ୯୬୧ ଛାତ୍ରଛାତ୍ରୀ
ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା – ୧୦, ୫୯, ୦୮୦।
ସମୁଦାୟ ହାର – ୮୮.୭୮ ପ୍ରତିଶତ।

ଚଳିତ ବର୍ଷ CBSE ଦ୍ୱାଦଶରେ ଛାତ୍ରଛାତ୍ରୀଙ୍କ ମୋଟ ପାସ୍ ପ୍ରତିଶତ ପୂର୍ବ ବର୍ଷ ତୁଳନାରେ ୫.୩୮ ପ୍ରତିଶତ ଅଧିକ।

ଗତ ବର୍ଷ ୮୩.୪୦ ପ୍ରତିଶତ ଛାତ୍ରଛାତ୍ରୀ ପାଶ୍ ହୋଇଥିଲେ।
ତ୍ରିଭେନ୍ଦ୍ରମ ରିଜିଓନରେ ସର୍ବାଧିକ ୯୭.୬୭% ପାଶ୍ ହାର।
ଭୁବନେଶ୍ୱର ରିଜିଓନରେ ପାସ୍‌ ହାର ୯୧.୪୬%।
ପାଟନା ରିଜିନରେ ପାଶ୍ ହାର – ୭୪.୫୭।

Related Posts

About The Author

Add Comment