କଟକ, ୨୧/୫ (ସନ୍ଧାନ ନିୟୁଜ) ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷାଫଳ । ବୋର୍ଡ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ପ୍ରକାଶ ପାଇଛି ପରୀକ୍ଷାଫଳ । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ପାସହାର ୭୦.୭୮ ପ୍ରତିଶତ ରହିଛି । ୮୨ ସ୍କୁଲରେ ରେଜଲ୍ଟ ଶୂନ ହେବାସହ ଜଣେ ବି ପରୀକ୍ଷାର୍ଥୀ ପାସ୍ କରିପାରିନାହାନ୍ତି । ୨୮୯ ସ୍କୁଲରେ ଶତପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି । ମାଟ୍ରିକ ପରୀକ୍ଷାରେ ମୋଟ୍ ୩ ଲକ୍ଷ ୯୭ ହଜାର ୧୨୫ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ଏପଟେ ପରୀକ୍ଷାରେ ପୁଅଙ୍କ ତୁଳନାରେ ଝିଅମାନେ ପରୀକ୍ଷାରେ ଅଧିକ ଭଲ କରିଛନ୍ତି । ଏଥର ପରୀକ୍ଷାରେ ବାଜି ମାରିନେଲେ ଝିଅ । ଏଥର ବି ପଛରେ ପଡ଼ିଯାଇଛନ୍ତି ଛାତ୍ର । ୨ ଲକ୍ଷ ୫ ହଜାର ୪୭୦ ଝିଅ ପାସ କରିଥିବା ବେଳେ ୧ ଲକ୍ଷ ୯୧ ହଜାର ୬୫୫ ପୁଅ ପାସ୍ କରିଛନ୍ତି ।
ସୂଚନାଯୋଗ୍ୟ ଦିନ ୧୧ଟାରୁ ୱେବସାଇଟ୍ରେ ମିଳିବ ଦଶମ ରେଜଲ୍ଟ । ମାଟ୍ରିକ ରେଜଲ୍ଟ ଦେଖିବା ପାଇଁ ୨ଟି ୱେବସାଇଟରେ ଲଗ ଇନ କରି ପରୀକ୍ଷାର୍ଥୀ ଦେଖିପାରିବେ । ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ବିଏସଇଓଡିଶା ଡଟ୍ ଇନ୍ (www.bseodisha.in) ଏବଂ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ବିଏସଇଓଡିଶା ଡଟ୍ ଏନଆଇସି ଡଟ୍ ଇନରେ ରେଜଲ୍ଟ ଦେଖିପାରିବେ ପରୀକ୍ଷାର୍ଥୀ । ଏହାଛଡା ଏସଏମଏସ୍ ମାଧ୍ୟମରେ ମଧ୍ୟ ରେଜଲ୍ଟ ଜାଣିହେବ । ଏସଏମଏସ୍ କରିବାର ନମ୍ବର ହେଉଛି ୫୬୭୬୭୫୦ । ମୋବାଇଲରେ ଓଆର୍ ୧୦ ଲେଖିବା ପରେ ସ୍ପେଶ୍ ଦେଇ ନିଜ ରୋଲ ନମ୍ବର ଲେଖି ୫୬୭୬୭୫୦କୁ ପଠାଇବା ସହ ନିଜ ରେଜଲ୍ଟ ଜାଣିପାରିବେ
ନିମ୍ନରେ ଦିଆଯାଇଥିବା ଲିଙ୍କରେ କ୍ଲିକ କରି ରେଜଲ୍ଟ ଦେଖନ୍ତୁ
http://odisha-10th-result.indiaresults.com/or/bse-orissa/hsc-class-10-exam-result-2019/query.htm



