ନୂଆଦିଲ୍ଲୀ, ୧୮/୦୩ (ସନ୍ଧାନ ନିଉଜ) ଜାତିସଂଘ ପ୍ରୟୋଜିତ ସୂଚକାଙ୍କରେ ଫିନ୍ଲ୍ୟାଣ୍ଡ ଲଗାତାର ପଞ୍ଚମ ବର୍ଷ ପାଇଁ ବିଶ୍ୱର ସବୁଠୁ ଖୁସି ଦେଶ ଭାବରେ ନାମିତ ହୋଇଛି । ଏହା ପଛକୁ ପଡୋଶୀ ଡେନମାର୍କ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଆଇସଲ୍ୟାଣ୍ଡ ଏକ ସ୍ଥାନ ଉପରକୁ ଉଠି ତୃତୀୟ ସ୍ଥାନରେ ପହଁଞ୍ଚିଥିବା ବେଳେ ସ୍ୱୀଜରଲ୍ୟାଣ୍ଡ ଏକ ସ୍ଥାନ ତଳକୁ ଖସି ଚତୁର୍ଥ ସ୍ଥାନରେ ରହିଛି । ଆଫଗାନିସ୍ତାନ ସର୍ବନିମ୍ନ ସ୍ଥାନରେ ରହିଛି । ଏହା ପଛକୁ ଲେବନନ୍ ଏବଂ ଜିମ୍ବାୱେ ରହିଛନ୍ତି ।
ତେବେ ସର୍ବିଆ, ବୁଲଗେରିଆ ଏବଂ ରୋମାନିଆ ସବୁଠୁ ବଡ ବୃଦ୍ଧି ରେକର୍ଡ କରିଛନ୍ତି । ତାଲିକାରେ ଇଉରୋପିୟ ଦେଶ ଗୁଡ଼ିକ ପୁଣି ସୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଆମେରିକା ତିନୋଟି ସ୍ଥାନ ବୃଦ୍ଧି କରି ୧୬ ତମ ସ୍ଥାନକୁ ଉନ୍ନୀତ ହୋଇଛି, ବ୍ରିଟେନଠାରୁ ଗୋଟିଏ ଆଗରେ ଥିବାବେଳେ ଫ୍ରାନ୍ସ ୨୦ ତମ ସ୍ଥାନକୁ ଉନ୍ନୀତ ହୋଇଛି, ଏହାର ସର୍ବୋଚ୍ଚ ମାନ୍ୟତା ।
ପ୍ରତ୍ୟେକ ଦେଶରେ ଲୋକମାନଙ୍କ ମତାମତ, ଜିଡିପି, ସାମାଜିକ ସମର୍ଥନ, ବ୍ୟକ୍ତିଗତ ସ୍ୱାଧୀନତା ଏବଂ ଦୁର୍ନୀତିର ସ୍ତର ଉପରେ ଆଧାର କରି ଏହି ସ୍କୋର ମୂଲ୍ୟାଙ୍କନ କରାଯାଇଥାଏ । ତିନିବର୍ଷ ମଧ୍ୟରେ ହାରାହାରି ତଥ୍ୟ ଉପରେ ଆଧାର କରି ଏହା ମୂଲ୍ୟାଙ୍କନ ଶୂନରୁ ୧୦ ପର୍ଯ୍ୟନ୍ତ ସ୍କୋର ପ୍ରଦାନ କରାଯାଇଥାଏ ।
କରୋନା ମହାମାରୀ ପୂର୍ବରୁ ଏବଂ ପରେ ଲୋକଙ୍କ ଭାବନାକୁ ତୁଳନା କରିବା ପାଇଁ ସୋସିଆଲ ମିଡିଆରୁ ତଥ୍ୟ ମଧ୍ୟ ବ୍ୟବହାର କରାଯାଇଛି ।