ପୌରପରିଷଦ ଘେରିଲା ବିଜେପି

Spread the love

ବାଲେଶ୍ବର, ୩୦/୯ (ସନ୍ଧାନ ନ୍ୟୁଜ୍):  ୮. ଦଫା ଦାବି ନେଇ ବାଲେଶ୍ବର ନଗର ବିଜେପି ପୌରପରିଷଦ ଘେରିଛି। ପୌରପରିଷଦରେ ଚାଲିଥିବା ବ୍ୟାପକ ଅନିୟମିତତାକୁ ନେଇ ବିଜେପି ତୀବ୍ର ବିରୋଧ କରିଛି। ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ନଗର ସଭାପତି ଚିତ୍ତରଂଜନ ପଣ୍ଡା ଏବଂ ସଦର ସଂଯୋଜକ ମାନସ ଦତ୍ତଙ୍କ ନେତୃତ୍ବରେ ବହୁ କର୍ମୀ ଯୋଗଦେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟ ଫାଟକକୁ ଦୀର୍ଘ ସମୟ ଧରି ବନ୍ଦ କରିଥିଲେ। ଦାବି ଗୁଡ଼ିକ ମଧ୍ୟରେ ବୃଦ୍ଧବୃଦ୍ଧା, ଅସହାୟ, ଦିବ୍ୟାଙ୍ଗ ଓ ବିଧବାମାନଙ୍କୁ ଠିକ୍ ସମୟରେ ଭତ୍ତା ପ୍ରଦାନ କରାଯାଉ, ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଯୋଜନାରେ ଆବେଦନ କରିଥିବା ଦୋକାନୀଙ୍କୁ ସହାୟତା ଓ ଋଣ ପ୍ରଦାନ କରିବା, ଯେଉଁମାନଙ୍କୁ ଏଥିରୁ ବାଦ୍ ଦିଆଯାଇଛି ସେମାନଙ୍କୁ ତୁରନ୍ତ ବର୍ଗୀକରଣ କରି ଯୋଜନା ଅନ୍ତର୍ଭୁକ୍ତ କରିବା, ହରିଶ୍ଚନ୍ଦ୍ର ଯୋଜନାର ହିତାଧିକାରୀଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବା, ସହରର ଟେଣ୍ଡର ହୋଇଥିବା ରାସ୍ତା କାର୍ଯ୍ୟକୁ ତୁରନ୍ତ ଆରମ୍ଭ କରାଯାଉ, ଦଳୀୟ ଚୟନ ପରିବର୍ତ୍ତେ ପ୍ରକୃତ ହିତାଧିକାରୀଙ୍କୁ ରାସନକାର୍ଡ ପ୍ରଦାନ କରିବା ଆଦି ୮ ଦଫା ଦାବି ନେଇ ବିଜେପି ଗଢିଛି । ଖବର ପାଇ ଟାଉନ୍ ଥାନା ଆଇଆଇସି, ଶୁଭ୍ରାଂଶୁ ଶେଖର ନାୟକ ଘଟଣାସ୍ଥଳରେ ବୁଝାସୁଝା ପରେ ଏକ ପ୍ରତିନିଧି ମଣ୍ଡଳି ଉପ ଜିଲ୍ଲାପାଳ ଈଶ୍ଵର ଆଶିଷ ପାଟିଲଙ୍କୁ ଭେଟି ଦାବି ଗୁଡ଼ିକ ବିଷୟରେ ଆଲୋଚନା କରିଥିଲେ। ସମସ୍ୟାର ସମାଧାନ ପାଇଁ ଉପ ଜିଲ୍ଲାପାଳଙ୍କ ଠାରୁ ପ୍ରତିଶ୍ରୁତି ପାଇବା ପରେ ଆନ୍ଦୋଳନକାରୀ ହଟିଥିଲେ। ଖୁବଶୀଘ୍ର ସମସ୍ୟାର ସମାଧାନ ନହେଲେ ଆଗକୁ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ନଗର ବିଜେପି କଡ଼ା ଚେତାବନୀ ଦେଇଛି।

Related Posts

About The Author

Add Comment