ପୋଷଣ ଅଭିଯାନ ମାଧ୍ୟମରେ ଅଙ୍ଗନୱାଡ଼ି କର୍ମୀଙ୍କୁ ମୋବାଇଲ ପ୍ରଦାନ
ପୋଷଣ ଅଭିଯାନ ମାଧ୍ୟମରେ ଅଙ୍ଗନୱାଡ଼ି କର୍ମୀଙ୍କୁ ମୋବାଇଲ ପ୍ରଦାନ
Sandhan News |
April 30, 2021 |
ଭଦ୍ରକ, ୨୯ା୪/୨୦୨୧ (ସନ୍ଧାନ ନିଉଜ) – ସରକାରଙ୍କ ପକ୍ଷରୁ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ପୋଷଣ ଅଭିଯାନ ମାଧ୍ୟମରେ ସ୍ମାର୍ଟଫୋନ ଓ ଗର୍ଭବତୀ ଏବଂ ଶିଶୁଙ୍କ ପରିବାରଙ୍କୁ ବିଭିନ୍ନ ଫଳଚାରା ମଞ୍ଜି ମାଗଣାରେ ଯୋଗାଇ ଦିଆଯାଇଛି । ଆଜି ଧାମନଗର ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପରିସରରେ ବ୍ଲକର ୩୪୫ ଅଙ୍ଗନୱାଡ଼ି କେନ୍ଦ୍ରର କର୍ମୀ ମାନଙ୍କୁ ଏହି ସ୍ମାର୍ଟଫୋନ ପ୍ରଦାନ କରାଯାଇଥିଲା । ବ୍ଲକର ଶିଶୁ ବିକାଶ ପ୍ରକଳ୍ପର ଅଧିକାରିଣୀ ଶ୍ରୀମତୀ ନମିତା ଦାଶ ଏହାକୁ ପ୍ରଦାନ କରିଥିଲେ । ସୁପରଭାଇଜର ତେଜସ୍ୱିନୀ ମହାପାତ୍ର, ଜେମାମଣୀ ଦେଇ, ସସ୍ମିତା ଜେନା, ମମତାରାଣୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ସରକାର ଅଙ୍ଗନୱାଡ଼ି ମାଧ୍ୟମରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଗୁରୁତପୁର୍ଣ୍ଣ ତଥ୍ୟ ନିର୍ଭର କରୁଥିବାବେଳେ ସେମାନଙ୍କୁ ଏହି ସ୍ମାର୍ଟଫୋନ ପ୍ରଦାନକଲେ ଅଧିକ ତଥ୍ୟ ତୁରିତ ମିଳିପାରିବବୋଲି ଅଧିକାରିଣୀ ଶ୍ରୀମତୀ ଦାସ ପ୍ରକାଶ କରିଥିଲେ ।
Related Posts
About The Author