ପୋଲିସ ମାଓବାଦୀ ଗୁଳି ବିନିମୟ, ୫ ଯବାନ ସହିଦ, ୧୦ ରୁ ଅଧିକ ଆହତ

Spread the love

ବିଜାପୁର, ୦୩/୦୪/୨୧ (ସନ୍ଧାନ ନିଉଜ) : ଛତିଶଗଡର ନକ୍ସଲ ପ୍ରଭାବିତ ବିଜାପୁର ଜିଲ୍ଲାରେ ଶନିବାର ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ପାଞ୍ଚ ଜଣ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ୧୦ ରୁ ଅଧିକ ଯବାନ ଆହତ ହୋଇଥିବା ସୂଚନା ମିଳିଛି।ଏହି ଏନକାଉଣ୍ଟରରେ କେତେକ ନକ୍ସଲଙ୍କ ମଧ୍ୟ ମୃତ୍ୟୁ ହେବାର ସମ୍ଭାବନା ରହିଛି। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଡିଏମ ଆବସ୍ତି ଶନିବାର ଦିନ ଗଣମାଧ୍ୟମକୁ କହିଛନ୍ତି ଯେ, ବିଜାପୁର ଜିଲ୍ଲାର ତରେମ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ପାଞ୍ଚଜଣ ଯବାନ ସହିଦ ହୋଇଛନ୍ତି ଏବଂ ଏହି ଘଟଣାରେ ଅନ୍ୟ ୧୦ ଜଣ ଯବାନ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଆୱସ୍ତି କହିଛନ୍ତି ଯେ, ତରେମ ଅଞ୍ଚଳରେ ନକ୍ସଲ ବିରୋଧୀ ଅପରେସନରେ CRPF ର କୋବ୍ରା ବାଟାଲିୟନ, DRG ଏବଂ STF କର୍ମଚାରୀ ପଠାଯାଇଛି। ପାର୍ଟି ଏହି ଅଞ୍ଚଳରେ ଥିବାବେଳେ ନକ୍ସଲମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇଥିଲେ। ସେ କହିଛନ୍ତି ଯେ, ସୁରକ୍ଷା ବାହିନୀର କର୍ମଚାରୀମାନେ ମଧ୍ୟ ଏହାର ପ୍ରତିଶୋଧ ନେଇଛନ୍ତି। ଏହି ଘଟଣାରେ କେତେକ ନକ୍ସଲଙ୍କ ମଧ୍ୟ ମୃତ୍ୟୁ ହେବାର ସମ୍ଭାବନା ରହିଛି। ପୋଲିସ ଅଧିକାରୀ କହିଛନ୍ତି ଯେ ଆହତ ଯବାନମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଉଦ୍ୟମ କରାଯାଉଛି। ଏ ବାବଦରେ ଅଧିକ ସୂଚନା ପାଇଁ ଅପେକ୍ଷା କରାଯାଇଛି।

Related Posts

About The Author

Add Comment