ପୋଲିସ ପକ୍ଷରୁ ବନ୍ଧଡିହ ଚୋରୀ ଘଟଣାର ତଦନ୍ତ ଆରମ୍ଭ

Spread the love

ଯାଜପୁର ସଦର,୧୦ା୦୭ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବନ୍ଧଡିହ ପଂଚାୟତ ବନ୍ଧଡିହ ଗ୍ରାମର ବିଜୟାନନ୍ଦ ମହାନ୍ତୀଙ୍କ ଘରୁ ଚୋରୀ ହୋଇଥିବା ୫ ତାରିଖ ରାତିରେ ଦୃବୁର୍ତ୍ତ ମନାନେ ଲୁଟ କରି ଚାଲିଯାଇଥିବା ଦେଖିବାକୁ ମିଳିଥିଲା । ଏନେଇ ବ୍ରହ୍ମବରଦା ଫାଣ୍ଡିରେ ବିଜୟାନନ୍ଦ ମହାନ୍ତୀ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ବ୍ରହ୍ମବରଦା ପୋଲିସ ପକ୍ଷରୁ ତଦନ୍ତ କରାଯାଇଥିଲା । ଚୋରୀ ହୋଇଥିବା ଜିନିଷ କିମ୍ବା ଟଙ୍କା ମିଳିନଥିବା ବେଳେ, ପୋଲିସ ପକ୍ଷରୁ ୩୫୬/୨୧ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବା ବେଳେ, ବ୍ରହ୍ମବରଦା ପୋଲିସ ପକ୍ଷରୁ ଦୃବୁର୍ତ୍ତ ମାନଙ୍କୁ ଧରିବା ପାଇଁ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମର ସହାୟତା ନିଆଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ସନ୍ଧାନୀ କୁକୁର ସାଇଣ୍ଟିଫିକ ଟିମ୍ ଏବଂ ବ୍ରହ୍ମବରଦା ପୋଲିସ ତଦନ୍ତକାରୀ ଡଗ୍ ଅଫିସର ବିଜୟାନନ୍ଦ ମହାନ୍ତୀଙ୍କ ଘରେ କୁକୁର ପହଁଚି ତନ ତନ କରି ଚୋରୀ ହୋଇଥିବା ଜାଗା ମାନଙ୍କରେ କୁକୁର ଛଡ଼ା ଯାଇଥିଲା । କୁକରୁ ବିଜୟାନନ୍ଦ ମହାନ୍ତୀଙ୍କ ବାହାରି ସିଦ୍ଧା ବନ୍ଧଡିହ ହାଟ ଅଭିମୁଖେ ଚାଲିଥିଲା । ବନ୍ଧଡିହରେ ପହଁଚି ହାଟରେ ଥିବା ଏକ ପାନ ଦୋକାନ ପିଣ୍ଢାରେ କୁକରୁ ଶୋଇଥିଲା । ଯାହାକୁ ନେଇ ତଦନ୍ତକାରୀ ଅଫିସର ବନ୍ଧଡିହ ହାଟର ଏକ ମୋବାଇଲ ଦୋକାନର ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲେ । ଚୋରୀ ଯାଇଥିବା ସୁନା ଅଳଙ୍କାର ମିଳିନଥିବା ବେଳେ, ବ୍ରହ୍ମବରଦା ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ପୋଲିସ ପକ୍ôଷରୁ ସୂଚନା ମିଳିଚି ।

Related Posts

About The Author

Add Comment