ପୋଲିସ ଚେକିଂ କାଳ ହେଲା; ଭାରସ୍ୟମ ହରାଇ ଗଛରେ ପିଟିହେଲା ବସ, ୩୫ ଆହତ, ୫ଗୁରୁତର

Spread the love

ପୁରୀ ୫/୩(ସନ୍ଧାନ ନିୟୁଜ/ମଂଟୁ ଭୋଇ) ପୁରୀ ଜିଲ୍ଲା ବାଲିଘାଇ ନିକଟରେ ଆଜି ବିଗ୍ନେଶ ନାମକ ଏକ ଘୋରାଇ ବସ ଦୃର୍ଘଟଣା ଗ୍ରସ୍ତ ହୋଇଛି । ଏଥିରେ ଯାତାୟତ କରୁଥିବା ଯାତ୍ରୀ ମାନଙ୍କ ମଧ୍ୟରୁ ୩୫ଜଣ ଆହତ ହୋଇଥିବା ବେଳେ ୫ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ପୁରୀ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର ପରେ ବଡମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନା ମୁତାବକ ଏହି ବସଟି ଆଜି ପୁରୀ ଯାଉଥିବା ବେଳେ ଚନ୍ଦ୍ରଭାଗା ନିକଟରେ ପୋଲିସ ଚେକିଂ କରୁଥିବାର ଦେଖିପାରି ଚାଳକ ଜଣଙ୍କ ଦୃତଗତିରେ ଗାଡି ଚଳାଇନେଉଥିଲା । ଫଳରେ ଭାରସ୍ୟମ ହରାଇ ବସଟି ଗଛରେ ପିଟି ହୋଇଥିଲା । ପରେ ପୋଲିସ ପକ୍ଷରୁ ଗାଡିଟିକୁ ଜବତ କରାଯାଇ ତଦନ୍ତ ଚଳାଇଥିବା ପ୍ରକାଶ କରାଯାଇଛି । ଏହି ଘଟଣା ପରେ ବସ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଗାଡିର ସମସ୍ତ କାଗଜପତ୍ର ସଠିକ ନଥିବା ଯାତ୍ରୀ ମାନଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି ।

Related Posts

About The Author

Add Comment