କଟକ12/03/2021 (ସନ୍ଧାନ ନିଉଜ) ସବୁବେଳେ ସ୍ଥାନୀୟ ବାସୀନ୍ଦାଙ୍କୁ ଅନନ୍ୟ ସେବା ଓ ସୁରକ୍ଷା ପ୍ରଦାନ କରିବା ପାଇଁ ତତ୍ପରଥିବା ତଥା କରୋନା ଯୋଦ୍ଧା ଭାବେ ସୁପରିଚିତ କଟକ ସଦର ବ୍ଲକ କିଶନନଗର ଥାନା ଅଧିକାରୀ ଶ୍ରୀଯୁକ୍ତ ବାମଦେବ ସ୍ୱାଇଁ ଏବଂ ତାଙ୍କ କର୍ତ୍ତବ୍ୟରତ ସୁରକ୍ଷା କର୍ମଚାରୀବର୍ଗଙ୍କୁ କଟକ ସଦର ମାଟିର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ”(ଉବିପ) ପକ୍ଷରୁ ପରିଷଦର ମର୍ଯ୍ୟଦାବନ୍ତ ସମ୍ମାନ “ସେବା ଓ ସୁରକ୍ଷା ସମ୍ମାନ -୨୦୨୧”ରେ ସମ୍ମାନୀତ କରାଯାଇଛି । ପରିଷଦର ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧିନା ପର୍ବରେ ପର୍ବରେ ସ୍ବରୂପ ସୁମନ ଦାସ,ବିମଳ କୁମାର ପଣ୍ଡା ,ଜ୍ୟୋତି ପ୍ରକାଶ ନନ୍ଦ, ଅଭିମନ୍ୟୁ ସାହୁ, ଅଶୋକ କୁମାର ସାମଲ,ରଘୁନାଥ ଚୌଧରୀ,ସଂଜୟ ମଲ୍ଲିକ,ରଞ୍ଜନ ବିଶୋଇ, ସୌମ୍ୟ ରଞ୍ଜନ ପୃଷ୍ଟି, ରଞ୍ଜନ ସେଠୀ,ଶ୍ରମିକ ନେତା ଚକ୍ରବର୍ତ୍ତୀ ଓତା, ସୂର୍ଯ୍ୟନାରାୟଣ ସାହୁ,ସଂଜୟ ସାହୁ,ସୌମ୍ୟ ରଞ୍ଜନ ପୃଷ୍ଟି,ଅମୂଲ୍ୟ ମହାରଣା ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତଥିଲେ ।
ପୋଲିସ କର୍ମଚାରୀ ମାନଙ୍କୁ “ସେବା ଓ ସୁରକ୍ଷା ସମ୍ମାନ – ୨୦୨୧” ପ୍ରଦାନ
|
March 12, 2021 |



