ବାରିପଦା ,20.01.2021(ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା) :- କଟକ-ପାରାଦ୍ୱୀପ ରୋଡରେ ଘଟିଛି ଏମିତି ଏକ ଦୁର୍ଘଟଣା ଯାହା ବର୍ତମାନ ପୁରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଚେକିଂ ସମୟରେ ଏକ ପୋଲିସ୍ ପିସିଆର ଭ୍ୟାନ ଉପରେ ଟ୍ରକ୍ ମାଡି ଯିବାର ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ସମ୍ପୃକ୍ତ ଟ୍ରକ୍ ଚାଳକଙ୍କୁ ପୋଲିସ୍ ବିନା କାରଣରେ ମାଡ ମରିଥିଲା ଫଳରେ ଟ୍ରକ୍ ଚାଳକ ଜଣଙ୍କ ରାଗିଯାଇ ପୋଲିସ୍ ର ପିସିଆର ଭ୍ୟାନ ଉପରେ ଟ୍ରକ୍ ମଡାଇ ଦେଇଥିଲା । ତେବେ ଏହି ଘଟଣାରେ ପିସିଆର ଭ୍ୟାନ ଚାଳକ ଅଳ୍ପକେ ବର୍ତ୍ତଯାଇଥିବା ସୂଚନା ମିଳିଛଇ ଏବଂ ଟ୍ରକ୍ ଚାଳକଙ୍କୁ ପୋଳିସ୍ ଅଟକ ରଖି ପଚରା ଉଚରା କରୁଥିବା ଜଣା ପଡିଛି । ଆଜି କଟକ-ପାରାଦ୍ୱୀପ ରୋଡ୍ ରେ ଦୋ-ଛକି ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍ କୁ ଡ୍ୟୁଟିରେ ଥିବା ପୋଲିସ୍ କର୍ମଚାରୀ ମାନେ ଅଟକାଇ କାଗଜ ପତ୍ର ମାଗିବା ସହିତ ଡ୍ରାଇଭର ଜରଙ୍କୁ ମାଡ ମାରିଥିଲେ ଯାହା ଫଳରେ ଟ୍ରକ୍ ଚାଳକ ଜଣଙ୍କ ରାଗି ଯାଇ ଏଭଳି କରିଥିବା କହିଛନ୍ତି । ଅନ୍ୟପଟେ କିନ୍ତୁ ଏହି ଘଟଣାରେ ପୋଲିସ୍ ର କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ ।
ପୋଲିସ୍ ଗାଡି ଉପରେ ଚଢିଗଲା ଟ୍ରକ
|
January 20, 2021 |
![](https://sandhannews.com/wp-content/uploads/2021/01/we-22.jpg)