ବିରମିତ୍ରପୁର, ୦୧/୦୪ (ସନ୍ଧାନ ନିୟୁଜ) : ପୋଲିସର ଭିଡିଓ ଭାଇରାଲ କରିଥିବା ସନ୍ଦେହରେ ସୁନ୍ଦରଗଡ଼ ଜିଲ୍ଲାର ବିରମିତ୍ରପୁର ଥାନା ଅଞ୍ଚଳରେ ଏକ ଯୁବକକୁ ପୋଲିସ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ତେବେ ନିଜ ପୁଅକୁ ବଞ୍ଚାଇବା ପାଇଁ ପ୍ରୟାସ କରୁଥିବା ତାର ବୃଦ୍ଧମା’କୁ ମଧ୍ୟ ପୋଲିସ ଠେଲାପେଲା କରିଥିବା ଅଭିଯୋଗ ହୋଇଛି। ଏନେଇ ଭାଟିରୋଡ଼ ବାସିନ୍ଦା ରାଜକୁମାର ପସାୟତ ବିରମିତ୍ରପୁର ଏସଡିପିଓଙ୍କୁ ଘଟଣାର ଲିଖିତ ସୂଚନା ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି।ସେ ଅଭିଯୋଗ କରିଛନ୍ତି ଯେ, ମହିଳା ସବ ଇନସ୍ପେକ୍ଟର ଦେବକୀ ନାୟକ ଲକଡାଉନ ସମୟରେ କିଛି ଲୋକଙ୍କୁ ମାରପିଟ କରିଥିଲେ । ପରେ ଏହି ଭିଡିଓ ଭାଇରାଲ ହୋଇଥିଲା ।
ପୋଲିସର ଭିଡିଓ ଭାଇରାଲ ସନ୍ଦେହରେ ଯୁବକଙ୍କୁ ମାଡ ଅଭିଯୋଗ
|
April 1, 2020 |



