ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ,ଦିନଦ୍ଵିପ୍ରହର ରେ ଝାମ୍ପିନେଲେ ୩ଲକ୍ଷ

Spread the love

ରାଇରଙ୍ଗପୁର ୩/୧/୨୦୨୨(ସନ୍ଧାନ ନ୍ୟୁଜ୍) ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ କଲ୍ୟାଣୀ ମଣ୍ଡପ ନିକଟରୁ ଜଣେ ବ୍ୟକ୍ତି ଙ୍କ ଠାରୁ ୩ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା। ସୂଚନାଯୋଗ୍ୟ ମୟୂରଭଞ୍ଜ ଜିଲ୍ଲା ତେନ୍ତଳା ଗାଁର ଆହ୍ଲାଦଚରଣ ମୁର୍ମୁ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ରାଇରଙ୍ଗପୁର ଶାଖାରୁ ତିନିଲକ୍ଷଟଙ୍କା ଉଠାଣକରିଥିଲେ।ପରେନିଜକାରଯୋଗେ କଲ୍ୟାଣୀ ମଣ୍ଡପ ନିକଟକୁଆସି ଟଙ୍କାଥିବାବ୍ୟାଗଧରି କାରରୁ ଓହ୍ଲେଇ ଥିଲେ।ସେହି ସମୟରେ ଦୁଇଜଣଲୁଟେରା ଏକ ବାଇକଯୋଗେ ଆସି ଟଙ୍କାଭର୍ତ୍ତିବ୍ୟାଗଟିକୁ ଝାମ୍ପିନେଇଥିଲେ।ପରେସେଠାରୁ ଚମ୍ପଟ ମାରିଥିଲେଲୁଟେରା। ଏସମ୍ପର୍କରେ ରାଇରଙ୍ଗପୁର ଟାଉନ ଥାନାରେ ଆହ୍ଲାଦ ଲିଖିତ ଅଭିଯୋଗ କରିଥିଲେ। ଘଟଣାସ୍ଥଳରେ ରାଇରଙ୍ଗପୁର ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରାଇରଙ୍ଗପୁର ସହରରେ ଦିନକୁ ଦିନ ଲୁଟ ଘଟଣା ପାଉଛି। ହେଲେ ବର୍ତ୍ତମାନ ସୁଦ୍ଧା ଗୋଟିଏ ବି ଲୁଟ ଘଟଣାର ପର୍ଦ୍ଧାଫାଶ ନହେବା ପୋଲିସ ର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Related Posts

About The Author

Add Comment