ପୋଖରୀ ମଧ୍ୟରୁ ଯୁବକଙ୍କ ମୃତଦେହ ଉଦ୍ଧାର

Spread the love

ଯାଜପୁର, ୨୪/୦୮/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ଯାଜପୁର ଟାଉନ ଥାନା ଅନ୍ତର୍ଗତ ବିଚିତ୍ରପୁର ପଞ୍ଚାୟତ ବାଣପୁର ଗ୍ରାମ ନିକଟରେ ସପ୍ତାଘର ସମୁଖରେ ରହିଥିବା ଏକପୋଖରୀ ମଧ୍ୟରୁ ଚଳିତମାସ ୧୯ ତାରିଖ ଦିନ ଅପରାହ୍ନରେ ଜଣେ ଅଚିହ୍ନା ଯୁବକଙ୍କ ଶବ ପୋଖରୀରୁ ଉଦ୍ଧାର କରାଯାଇଥିଲା । ସ୍ଥାନୀୟ ଗ୍ରାମବାସୀଙ୍କ ଠାରୁ ଖବରପାଇ ଯାଜପୁର ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚô ପୋଖରୀରୁ ଶବ ଜବତ କରିବା ସହିତ ଏହି ଅଚିହ୍ନା ଯୁବକର ପରିଚୟ ପୋଲିସ୍ ଖୋଜି ଥିଲା । ଏହା ପରେ ମୃତ ଦେହ ଯୁବକର ପରିଚୟ ମିଳିବାପରେ ଏହିଯୁବକକୁ ହତ୍ୟାକାରି ନିର୍ମମ ଭାବେ ହତ୍ୟା କରି ପୋଖରୀରେ ଫୋପାଡ଼ି ଦେଇଥିବା ସଂନେ୍ଧହ କରାଯାଇଥିଲା । ଯାଜପୁର ଟାଉନ ଥାନା ପୋଲିସ୍ ପକ୍ଷରୁ ତଦନ୍ତ ଚାଲିଥିବା ବେଳେ ଏକ ହତ୍ୟା ମାମଲା ରୁଜୁକରି ଯାଜପୁର ପୋଲିସ୍ ତଦନ୍ତ କରୁଥିବା ବେଳେ, ମୃତ ଯୁବକର ହତ୍ୟାକାରୀ ପୋଲିସ ପାଇ ନଥିବାରୁ ଜନ ଅସନ୍ତୋଷ ଦେଖା ଦେଇଥିବାଦେଖିବାକୁ ମିଳିଛି । ୪ ଦିନ ବିତିଯାଇଥିଲେ ମଧ୍ୟ ହତ୍ୟାକାରୀର ସନ୍ଧାନ ମିଳିନଥିବା ଦେଖିବାକୁ ମିଳିଛି । ଏଠାରେ ସୂଚନା ଯୋଗ୍ୟ ଯେ, ମୃତ ଯୁବକ ହେଲେ ବିଞ୍ଝାରପୁର ଥାନା ନିକଟସ୍ଥ ପ୍ରିତିପୁର ଗ୍ରାମର କମଳଲୋଚନ ଆଚାର୍ଯ୍ୟଙ୍କ ବଡ଼ପୁଅ ରୁଦ୍ରପ୍ରତାପ ଆଚାଯ୍ୟ(କୁନା)(୪୦) ବୋଲି ଜଣାଯାଇଚି । ୧୮ ତାରିଖ ଦିନ ରାତିରେ ବାଣପୁର ଗ୍ରାମର ଶ୍ୱସୁରଘରକୁ ରୁଦ୍ରଆସିଥିବା ବେଳେ ତା ମୃତଦେହ ୧୯ ତାରିଖ ଦିନ ପୋଖରୀରୁ ମିଳିବା ସଂନେ୍ଦହ କରାଯାଇଛି । ଯାଜପୁର ପୋଲିସ୍ ପକ୍ଷରୁ କୁକୁର ଅଣାଯାଇ ରୁଦ୍ରପ୍ରତାପ ର ଶ୍ୱସୁର ଘରେ କୁକୁର ପହଁଞ୍ଚô ଥିଲା । ଯାଜପୁର ପୋଲିସ୍ ହତ୍ୟାକାରୀର ସଂନ୍ଧାନ ପାଇସାରିଥିବା ବେଳେ, ହତ୍ୟାକାରୀକୁ ଧରିବା ପାଇଁ ଯାଜପୁର ପୋଲିସ ତାହାର ତଦନ୍ତ ଜାରିରଖିଛି । ରୁଦ୍ରପ୍ରତାପକୁ ଶ୍ୱସୁର ଘରଲୋକେ ତାର ସ୍ତ୍ରୀ ହତ୍ୟାକରିଥିବା ରୁଦ୍ରପ୍ରତାପର ବାପା ଅଭିଯୋଗ କରିଛି । ରୁଦ୍ରପୁର ପ୍ରତାପର ସ୍ତ୍ରୀ ନିଜ ବାପଘରେ ୩ମାସ ହେଲା ରହୁଥିବା ବେଳେ, ଯାଜପୁର ଥାନା ଅଧିକାରୀ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

Related Posts

About The Author

Add Comment