ରାୟଗଡ଼ା, ୧୭/୦୩ (ସନ୍ଧାନ ନିୟୁଜ): ପୋଖରୀରେ ଖେଳୁଥିବା ସମୟରେ ଡ଼ଙ୍ଗା ବୁଡ଼ି ଦୁଇ ପିଲାଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ରାୟଗଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ମୁକୁନ୍ଦପୁର ଗାଁରେ । ଏହି ଗାଁର ଡ଼ମ୍ବରୁ ନାୟକଙ୍କ ଦୁଇ ପୁଅ ଝିଅ ଏବଂ ତାଙ୍କ ଶଢ଼ୁଙ୍କ ଦୁଇ ପୁଅ ନିଜ ଫାର୍ମ ହାଉସରେ ଥିବା ପୋଖରୀରେ ଡ଼ଙ୍ଗାରେ ବୁଲୁଥିବା ସମୟରେ ପୋଖରୀ ମଝିରେ ଡ଼ଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ଡ଼ଙ୍ଗାରେ ବସିଥିବା 4 ଜଣ ପିଲା ପାଣିରେ ବୁଡି ଯାଇଥିଲେ । 4 ଜଣଙ୍କୁ ପାଣିରୁ ଉଦ୍ଧାର କରି ରାୟଗଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ତେବେ ମେଡିକାଲରେ ଡାକ୍ତର ଶିବାନୀ ଓ ମନୁଙ୍କୁ ମୃତ ଘୋଷଣା କରିଥିଲାବେଳେ ଗୁରୁତର ଶୁଭମଙ୍କ ଚିକିତ୍ସା ଚାଲିଛି ।
ପୋଖରୀରେ ଡ଼ଙ୍ଗା ବୁଡ଼ି ଦୁଇ ପିଲାଙ୍କ ମୃତ୍ୟୁ
|
March 17, 2020 |



