ବରଗଡ, ୧୮/୦୪/୨୨ (ସନ୍ଧାନ ନିଉଜ) ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଝାରପାଲି ଗାଁରେ ଘଟିଛି ଅଘଟଣ । ପୋଖରୀରେ ଗାଧୋଇବା ହେଲା କାଳ । ଗାଧୋଉଥିବା ବେଳେ ବୁଡିଗଲେ ଇସ୍ରୋ ବୈଜ୍ଞାନିକ ।
ଉକ୍ତ ବୈଜ୍ଞାନିକ ଜଣକ ହେଉଛନ୍ତି ନିହାର ରଞ୍ଜନ ପ୍ରଧାନ । ତାଙ୍କର ବୟସ ୨୭ ବର୍ଷ ହେବ । ସେ ଇସ୍ରୋରେ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଥିଲେ ।
ଶନିବାର ସେ ଝାରିପାଲି ନିଜ ଗାଁକୁ ଆସିଥିଲେ । ଆଜି ଗାଧୋଇବା ପାଇଁ ନିକଟସ୍ଥ ପୋଖରୀକୁ ଯାଇଥିଲେ । ତେବେ ଗାଧୋଇବା ବେଳେ ହଠାତ ସେ ପାଣିରେ ବୁଡି ଯାଇଥିଲେ ।
ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।




