ପୈାରାଧ୍ୟକ୍ଷ ଓ ସମସ୍ତ ୱାର୍ଡ଼ରେ ବିଜେଡ଼ି ପ୍ରାର୍ଥୀମାନେ ବିଜୟୀ

Spread the love

ଯାଜପୁର, ୨୬/୦୩/୨୦୨୨ (ସନ୍ଧାନ ନିଉଜ) : ଯାଜପୁର ପୈାରପାଳିକାର ଅଧ୍ୟକ୍ଷ ଓ ସମସ୍ତ ୧୮ଗୋଟି ୱାର୍ଡ଼ର କାଉନ୍ସିଲର ପଦ ବିଜୁ ଜନତା ଦଳର ପ୍ରାର୍ଥୀମାନେ ବିଜୟ ହାସଲ କରିଛନ୍ତି । ଅଧ୍ୟକ୍ଷ ଭାବେ ବିଜେଡ଼ିର ରଞ୍ଜୁଲତା ହୋତା ମୋଟ ୧୮୬୯୬ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିର ଜ୍ୟୋତିମୟୀ ଦ୍ୱିବେଦୀ ୨୪୯୩ ଓ କଂଗ୍ରେସର ପ୍ରିୟଦର୍ଶିନୀ ସାମନ୍ତ ୨୨୧୬ଖଣ୍ଡ ଭୋଟ ପାଇଛନ୍ତି । ୧୯୮ଖଣ୍ଡ ଭୋଟ ନୋଟାକୁ ଯାଇଛି । ୧ ନମ୍ବର ୱାର୍ଡ଼ର କାଉଁସିଲର ଭାବେ ବିଜେଡ଼ିର ସରିତା ଖୁଣ୍ଟିଆ ୧୫୦୩, ବିଜେପିର ତପସ୍ୱିନୀ ବିଶ୍ୱାଳ ୧୭୭, କଂଗ୍ରେସର ଚନ୍ଦନା ମହାପାତ୍ର ୧୨୦ ଓ ନୋଟାକୁ ୧୨ ଖଣ୍ଡ ଭୋଟ ପଡ଼ିଛି । ୨ନମ୍ବର ୱାର୍ଡ଼ରେ ବିଜେଡ଼ିର ରୀନାବାଳା ସାମନ୍ତ ୫୯୩, ବିଜେପିର ରଶ୍ମିତା ବେହେରା ୮୦, ସ୍ୱାଧିନ ପ୍ରାର୍ଥୀ ସମ୍ମିତା ମିଶ୍ର୭୭, ନୋଟାରେ ୪ଖଣ୍ଡ । ୩ ନମ୍ବର ୱାର୍ଡ଼ର କାଉଁସିଲର ଭାବେ ବିଜେଡ଼ିର ସନ୍ତୋଷ କୁମାର ମଲିକ ୧୧୩୮, ବିଜେପିର ଅଜିତ୍ କୁମାର ସେଠୀ୬୪, କଂଗ୍ରେସର ସୁବ୍ରତ ମହାନ୍ତି ୨୭ ଓ ନୋଟାକୁ ୯ ଖଣ୍ଡ । ୪ ନମ୍ବର ୱାର୍ଡ଼ର କାଉଁସିଲର ଭାବେ ବିଜେଡ଼ିର ମାମିନା ତରାଇ ୧୩୮୩, ବିଜେପିର ଜୟନ୍ତୀ ବେହେରା୬୮, କଂଗ୍ରେସର ଭାରତୀ ବେହେରା ୪୨ ଓ ନୋଟାକୁ ୧୬ ଖଣ୍ଡ । ୫ ନମ୍ବର ୱାର୍ଡ଼ର କାଉଁସିଲର ଭାବେ ବିଜେଡ଼ିର ରାଜ କିଶୋର ମହାନ୍ତି ୧୪୪୬, ବିଜେପିର ହୃଷିକେଶ ପରିଡ଼ା ୧୮୦, କଂଗ୍ରେସର ଗଜେନ୍ଦ୍ର ସେଠୀ ୪୦ ଓ ନୋଟାକୁ ୮ ଖଣ୍ଡ ।୬ ନମ୍ବର ୱାର୍ଡ଼ରେ ବିଜେଡ଼ିର ମାନଗୋବିନ୍ଦ ପତି ୧୦୭୮, ବିଜେପିର ସନ୍ତୋଷ କୁମାର ପତି୭୯, କଂଗ୍ରେସର ଭରତ ସେନାପତି ୪୦ ଓ ନୋଟାକୁ ୬ ଖଣ୍ଡ ।୭ ନମ୍ବର ୱାର୍ଡ଼ରେ ବିଜେଡ଼ିର ରୁନା ବେହେରା ୧୩୫୬, କଂଗ୍ରେସର ନନ୍ଦିନୀ ଦଳାଇ ୨୭୯, ବିଜେପିର ଉର୍ମିଳା ବେହେରା୧୪୦ ଓ ନୋଟାକୁ ୭ ଖଣ୍ଡ । ୮ ନମ୍ବର ୱାର୍ଡ଼ରେ ବିଜେଡ଼ିର ସେକ୍ ମୂର୍ତ୍ତାଜା ୧୩୮୬, ବିଜେପିର ରାମକୁମାର ସାହୁ ୨୦୧ ଓ ନୋଟାକୁ ୯ ଖଣ୍ଡ । ୯ ନମ୍ବର ୱାର୍ଡ଼ରେ ବିଜେଡ଼ିର ରବିନ୍ଦ୍ର ନାଥ ସାହୁ ୬୭୭, ବିଜେପିର ସୁମିତ୍ରା ଦାସ ୧୧୮, କଂଗ୍ରେସର ଅମୂଲ୍ୟ କୁମାର ବିଶ୍ୱାଳ ୫୨ ଓ ନୋଟାକୁ ୮ ଖଣ୍ଡ ।୧୦ ନମ୍ବର ୱାର୍ଡ଼ରେ ବିଜେଡ଼ିର ମୀନାକ୍ଷୀ ନନ୍ଦ ୧୧୧୬, ସ୍ୱାଧିନର ମମତା ରାଉତ ୫୭ ଓ ନୋଟା ୧୪ ଖଣ୍ଡ । ୧୧ ନମ୍ବର ୱାର୍ଡ଼ରେ ବିଜେଡ଼ିର ହେମାଙ୍ଗିନୀ ମହାନ୍ତିଦାସ ୯୧୪, ବିଜେପିର କଳ୍ପନା ରାଉତ ୧୨୧, କଂଗ୍ରେସର କବିରନ୍ ବିବି ୧୦୩ ଓ ନୋଟାକୁ ୧୧ ଖଣ୍ଡ ।୧୨ ନମ୍ବର ୱାର୍ଡ଼ରେ ବିଜେଡ଼ିର ରାଜୀବ କୁମାର ବେହେରା ୭୮୭, ସ୍ୱାଧିନ ପ୍ରାର୍ଥୀ କଳ୍ୱନା ବେହେରା ୧୫୭ ବିଜେପିର କାଳନ୍ଦୀ ବେହେରା ୫୧, କଂଗ୍ରେସର ପୂଜାରାଣୀ ନାୟକ ୩୧, ସ୍ୱାଧିନପ୍ରାର୍ଥୀ ମମତା ବେହେରା ୪ ଓ ନୋଟାକୁ ୩ ଖଣ୍ଡ । ୧୩ ନମ୍ବର ୱାର୍ଡ଼ରେ ବିଜେଡ଼ିର ଜିତେନ୍ଦ୍ର ସାହୁ ୮୫୩, ବିଜେପିର ଜୟନ୍ତ କୁମାର ସାହୁ ୨୬୯, କଂଗ୍ରେସର ଅରୁଣ କୁମାର ସାହୁ ୩୩ ଓ ନୋଟାକୁ ୭ ଖଣ୍ଡ ।୧୪ ନମ୍ବର ୱାର୍ଡ଼ରେ ବିଜେଡ଼ିର ତିଳୋତ୍ତମା ରାୟ ୧୩୧୮, ବିଜେପିର ଅନୁସୟା ସାମଲ ୧୮୪,ସ୍ୱାଧିନ ପ୍ରାର୍ଥୀ ପ୍ରଜ୍ଞା ପ୍ରିୟଦର୍ଶିନୀ ଜେନା ୭୨. କଂଗ୍ରେସର ସତ୍ୟବତୀ ବେହେରା ୩୮ ଓ ନୋଟାକୁ ୯ ଖଣ୍ଡ । ୧୫ ନମ୍ବର ୱାର୍ଡ଼ରେ ବିଜେଡ଼ିର ଶୁଭାଶିଷ ରାଉତ ୧୦୦୬, ବିଜେପିର ଦେବାଶିଷ ନାୟକ ୧୪୦, କଂଗ୍ରେସର ଭରତ ଚନ୍ଦ୍ର ବେହେରା ୯୩ ଓ ନୋଟାକୁ ୧ ଖଣ୍ଡ । ୧୬ ନମ୍ବର ୱାର୍ଡ଼ରେ ବିଜେଡ଼ିର ପତିତ ଦେହୁରୀ ୯୦୬, ବିଜେପିର ସଞ୍ଜୁଲତା ସାମଲ ୩୫୭, କଂଗ୍ରେସର ରୀନା ସିଙ୍କୁ ୩୬ ଓ ନୋଟାକୁ ୧୬ ଖଣ୍ଡ । ୧୭ ନମ୍ବର ୱାର୍ଡ଼ରେ ବିଜେଡ଼ିର ତିଳୋତ୍ତମା ସାହୁ ୫୧୧, ବିଜେପିର ମେନକା ସାହୁ ୧୨୬, କଂଗ୍ରେସର ସ୍ୱପ୍ନା ଦାସ ୧୯ ଓ ୱାର୍ଡ଼ ନମ୍ବର ୧୮ରେ ବିଜେଡ଼ିର ସୁରେନ୍ଦ୍ର ରଣା ୬୫୬, କଂଗ୍ରେସର ବଳରାମ ବେହେରା ୪୩୦, ବିଜେପିର ରମେଶ ଚନ୍ଦ୍ର ଦାସ ୪୮ ଓ ନୋଟାରେ ୧ଖଣ୍ଡ ଭୋଟ ପଡ଼ିଛି । ନିର୍ବାଚନ ଅଧିକାରୀ ଭାବେ ଉପଜିଲାପାଳ ଡ଼ଃ ଶରତ ଚନ୍ଦ୍ର ମହାପାତ୍ର , ନୋଡ଼ାଲ ଅଧିକାରୀ ଭାବେ ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି, ପର୍ଯ୍ୟବେକ୍ଷକ ବିମଳେନ୍ଦୁ ରାୟ, ପୈାର ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟଯୋଶୀ, ଡ଼େପୁଟୀ କଲେକ୍ଟର କାଜଲ ପ୍ରଧାନ, ସହକାରୀ ଜିଲାପାଳ ତିଳୋତ୍ତମା ପୃଷ୍ଟି, ଯାଜପୁର ବିଡ଼ିଓ ସୈାରଭ ଚକ୍ରବର୍ତ୍ତି, ତହସିଲଦାର ଜ୍ୟୋତାକାନ୍ତ ଭୂଜବଳ ପ୍ରମୁଖ ଏହି ଭୋଟ ଗଣତି ପରିଚାଳନା କରିଥିଲେ ।

Related Posts

About The Author

Add Comment