ସୁନ୍ଦରଗଡ ତା:୧୨/୧୧/୨୦୨୫( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ସୂଚନା ଅନୁସାରେ ସବଡେଗା ବ୍ଲକର ସବଡେଗା ଓ ଡ଼ମକୁଡ଼ା ପଞ୍ଚାୟତ ଅଧିନସ୍ତ ରାଜସ୍ବ ଗ୍ରାମର ଗ୍ରାମବାସୀ ସହିତ ହମିରପୁର ପଞ୍ଚାୟତ ଅନ୍ତର୍ଗତ ଛତାସର୍ଗି,ତିଲଜୁରା, ଡିଡଗା ଗ୍ରାମର ସ୍ଥାୟୀ ବାସିନ୍ଦା ଗତ ଅନେକ ସମୟ ଧରି ପେରୁଆଭାଡ଼ି ଗ୍ରାମରେ ଥିବା ଥବସନ୍ନ ଶିଳାଖଣି ରେ ଆସ ଭର୍ତ୍ତି କୁ ନେଇ ବିରୋଧ କରି ଆସୁଛନ୍ତି । ପ୍ରଶାସନ ମନ ମୁତାବକ ପେରୁଆଭାଡ଼ି ଗ୍ରାମରେ ଥିବା ଶିଳାଖଣିରେ ଆସ ଭର୍ତ୍ତି କରିବାପାଇଁ ବେଦାନ୍ତ ଲିମିଟେଡ ,ଝାରସୁଗୁଡା ଆଲୁମିନିୟମ କମ୍ପାନୀକୁ ଟେଣ୍ଡର ଦେଇଥିବା ସୂତ୍ରରୁ ଜଣାପଡିଛି । ତାର ପ୍ରତିବାଦରେ ଆଜି ଉପରୋକ୍ତ ଅଞ୍ଚଳବାସୀ ମିଶକେଶ ନମ୍ବର-୦୧/୨୦୨୫ ଓ ପି. ଆର ନମ୍ବର ୨୬୩/୨୯.୧୦.୨୦୨୫ ଅନୁସାରେ ଏହି ଖଣି ବାବଦରେ ଅଭିଯୋଗ ଜିଲ୍ଲାପ୍ରଶାସନ ଉଦ୍ଦେଶ୍ୟରେ ସବଡେଗା ତହସିଲଦାରଙ୍କୁ ଦାବିପତ୍ର ଦିଆଯାଇଛି । ଏହି କ୍ରମରେ ଚାରିଟି ଜିନିଷ ଉପରେ ବିଶେଷ ଧ୍ୟାନ ଦିଆଯାଇଥିବା ଜଣାପଡିଛି । ପ୍ରଥମରେ ସ୍ଥାନୀୟ ଲୋକଙ୍କ ସହିତ କୌଣସି ଆଲୋଚନା ନ ହୋଇଥିବା ସହିତ ଏହା ପଞ୍ଚାୟତ ଗ୍ରାମସଭା ନ କରି ବିନା ଅନୁମତିରେ କାର୍ଯ୍ୟ କରାଯାଇଛି ।ଦ୍ଵିତୀୟରେ ଗତ ମାସରେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିବା ସହିତ ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କ ଦ୍ଵାରା ଲିଖିତ ଅଭିଯୋଗ ଦିଆଯାଇଥିଲା । ତା ସହିତ ଅଞ୍ଚାଲରେ କୃଷିର ବିକାଶ ପାଇଁ ଉଠା ଜଳସେଚନ କୁ ନେଇ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ତୃତୀୟରେ ଏହି କାର୍ଯ୍ୟକ୍ରମରେ କମ୍ପାନୀ ଦ୍ଵାରା ପରିବେଶ ସୁରକ୍ଷା ସହିତ କୃଷି, ଗ୍ରାମର ବିକାଶ,ସ୍ଥାନୀୟ ବେକାର ଯୁବକଙ୍କୁ ନିଯୁକ୍ତି ଏପରି କିଛି କମ୍ପାନୀ ପକ୍ଷରୁ ଲିଖିତ ସ୍ଵୀକୃତି ଦିଆଯାଇ ନାହିଁ । ଚତୁର୍ଥରେ ଏହି ବାତାବରଣ ଜୀବନ ଜୀବିକା ପଶି ଅନୁକୁଲ ଥିବା ବେଳେ ଭବିଷ୍ୟତ ପାଇଁ କିଛି ସୁଚିନ୍ତିତ ନିର୍ଦ୍ଧାରିତ କରାଯାଇ ନାହିଁ । ଏ ସବୁ କୁ ଯଦି ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଦୃଷ୍ଟି କୁ ନ ନେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସ୍ଥାନୀୟ ଗ୍ରାମବାସୀ ପକ୍ଷରୁ ସୂଚନା ରହିଛି ।
ପେରୁଆ ଭାଡ଼ି ଆସ ଡମ୍ପିଂ କୁ ନେଇ ଜନ ବିକ୍ଷୋଭ, ଜିଲ୍ଲାପାଲ ଉଦ୍ଦେଶ୍ୟରେ ତହସିଲଦାର ଙ୍କୁ ଆସ ଡମ୍ପିଂ ବିରୋଧରେ ଦାବିପତ୍ର ପ୍ରଦାନ
|
November 12, 2025 |



