ପେଟ୍ରୋ କେମିକାଲସ ପ୍ଲାଣ୍ଟ ନରିମାଣ ପ୍ରସଙ୍ଗ ; ଜମି ଅଧିଗ୍ରହଣକୁ ବିରୋଧ କଲେ ଗ୍ରାମବାସୀ

Spread the love

ବାରିପଦା, ୨୩ /୦୬ (ସନ୍ଧାନ ନିଉଜ) ନୂଆଗାଁ ପଞ୍ଚାୟତର ;-ବାଲିଆ ପାଳ ରେ ହେବାକୁ ଥିବା ପ୍ରାସ୍ଥାବିକ ହଳଦିଆ ପ୍ରେଟୋକେମିକାଲସ ପାଇଁ ଆବଶ୍ୟକ ପଡୁଥିବା ୩୭୮୦ ଏକର ଜମି ପାଇଁ ନୁଆ ଗାଁ ଗ୍ରାମ ପଞ୍ଚାୟତର ଯମୁନା ଶଳି ଗାଁକୁ ଜାମୁକୁଣ୍ଡାର ଆରଂ ଆଇ ଶୁରେଶସି ଓ ଅମିନ ପାଳବାବୁ ଜମି ସର୍ତ୍ତ ପାଇଁ ଉକ୍ତ ଅଞ୍ଚଳକୁ ଆସିଥିଲେ । ଖବର ପାଇଁ ଗ୍ରାମର ସରପଞ୍ଚ ଓ ଅନ୍ୟାନ୍ୟ ନେତୃ ବୃନ୍ଦ ଗ୍ରାମବାସୀ ମାନେ ଏହାର ତିକ୍ତ ବିରୋଧ କରିଥିଲେ । ଏହି ବିରୋଧର ନେତୃତ ନେଇଥିଲେ ଯଥା କ୍ରମେ ନୂଆଗାଁ ସମିତି ସଭ୍ୟ କାର୍ତ୍ତୀକ ପାତ୍ର , ଜମ୍ଭିରାଇ ସରପଞ୍ଚ ପ୍ରତିନିଧୀ କାର୍ତ୍ତୀକ ଙ୍କ ନେତୃତରେ ଉପକୂଲ ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ହରୀ ହର କରଣ , କମଲା କାନ୍ତି ଜେନା ,ଜମ୍ଭିରାଇ ସମିତ ସଭ୍ୟ ସଦସ୍ୟ ହରିହର ମାଝି , ସୁମନ୍ତ ଜେନା , ଅନନ୍ତ ମହାନ୍ତି ,ଗଣେଶ ପାତ୍ର , ଅଗ୍ରଣି ଜେନା , ନାରୀ ନେତ୍ରୀ ସୁଲୋଚନା ପାତ୍ର , ଗୌରୀ ମଣିଜେନା , ପଦ୍ମୀନି ଜେନା ,ଓଯୁବ ନେତା ସାଇ ଜ୍ୟୋତି ମହାପାତ୍ର ଏପରି ଏକ ପଞ୍ଚାୟତ ଓ ଆଖ ପାଖର ପାଖା ପାଖି ୧୦୦୦ ରୁ ଉର୍ନ୍ଧ ଛୋଟବଡ ନରନାରୀ ମାନେ ଏକାଠି ହୋଇ ଏହି ସର୍ତ୍ତେର ତିବ୍ର ବିରୋଧ କରିବା ସହିତ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରୀ ଜଓ ଓ ଅମିନକୁ ଖତବ୍ୟସ୍ତ କରିପକାଇଥିଲେ ଓ ବିଭିନ୍ନ ପ୍ରକାର ଶ୍ଲୋଗାନ ଦେଇ ଏହି ପ୍ରେଟୋକେମିକାଲସ ଇଣ୍ଡଷ୍ଟ୍ରି ନକରାଇ ଦେବା ପାଇଁ ବଜ୍ର ସପଥ ନେଇ ଥିଲେ ଓ ଗ୍ରାମର ଶସ୍ୟ ଶ୍ୟାମଳାର ପ୍ରାକୃତିକ ପରିବେଶ ଓ ଭିଟାମାଟି ର ବାସ୍ନାରେ ଆକୃଷ୍ଟ ହୋଇ ଗ୍ରାମବାସୀ ମନେ ମରିଯିବୁ ପଛେ ହେଲେ ଭିଟା ମାଟି ଛାଡି ଯିବୁ ନାହଁ ବୋଲି ସ୍ପଷ୍ଟ କରାଇଦେଇଥିଲେ । ଫଳରେ ଜଓ ଓ ଅମିନ ହଟ ହଟା ହୋଇ ବିନା ସର୍ତ୍ତେ ରେ ଫେରିଯାଇଥିଲେ । ପରେ ପରେ ଉପକୂଳ ଭିଟାମାଟି ସୁରକ୍ଷା କମିଟିର ଆବହକ ଅରୁଣ କୁମାର ଜେନ ଏକ ପ୍ରେସ ବିବୃତିରେ କହିଛନ୍ତିକି ଗଣତନ୍ତ୍ରରେ ଲୋକ ମତକୁ ସମ୍ମାନ ଦେଇ ସରକାରଙ୍କର ଏଭଳି ପରିବେଶ ଓ ହଜାର ହଜାର ଏକର ଚାସ ଜମିର ସର୍ବନାସ କରି କଣ ପାଇବେ ବୋଲି ପ୍ରଶ୍ନ କରିଛନ୍ତି ।
ରିପୋର୍ଟ- ଲିଙ୍ଗରାଜ ପଣ୍ଡା, ବାରିପଦା

Related Posts

About The Author

Add Comment