ନୂଆଦିଲ୍ଲୀ 30/5 (ସନ୍ଧାନ ନିୟୁଜ୍) ୧୬ ଦିନ ପରେ ପ୍ରଥମ ଥର ପେଟ୍ରୋଲ-ଡିଜେଲର ଦର କିଛି ମାତ୍ରାରେ ହ୍ରାସ ପାଇଛି। ପେଟ୍ରୋଲର ଦାମରେ ୬୦ ପଇସା ପ୍ରତି ଲିଟର ଏବଂ ଜିଜେଲର ଦରରେ ୫୬ ପଇସା ପ୍ରତି ଲିଟର କମ ହୋଇଛି। ୧୬ ଦିନ ପରେ ପ୍ରଥମ ଥର ପେଟ୍ରୋଲ-ଡିଜେଲର ଦର କିଛି ପରିମାଣରେ କମ ହୋଇଛି। ପେଟ୍ରୋଲର ଦାମରେ ୬୦ ପଇସା ପ୍ରତି ଲିଟର ଏବଂ ଡିଜେଲର ଦରରେ ରେ ୫୬ ପଇସା ପ୍ରତି ଲିଟର କମ ହୋଇଛି। ବୁଧବାରଦିନ ଦିଲ୍ଲୀରେ ପେଟ୍ରୋଲ ୭୭ ଟଙ୍କା ୮୩ ପଇସା ପ୍ରତି ଲିଟର ଏବଂ ଡିଜେଲ ୬୮ ଟଙ୍କା ୭୫ ପଇସା ପ୍ରତି ଲିଟର ଅଛି।
ବୁଧବାର ଦିନ ପେଟ୍ରୋଲର ଦାମ
ଦିଲ୍ଲୀ – ୭୭.୮୩
କୋଲକତା – ୮୦.୪୭
ମୁମ୍ବାଇ – ୮୫.୬୫
ଚେନ୍ନାଈ – ୮୦.୮୦
ଭୁବନେଶ୍ୱର – ୭୬.୭୪
ବୁଧବାରଦିନ ଡିଜେଲର ଦାମ
ଦିଲ୍ଲୀ – ୬୮.୭୫
କୋଲକତା – ୭୧.୩୦
ମୁମ୍ବାଇ – ୭୩.୨୦
ଚେନ୍ନାଈ – ୭୨.୫୮
ଭୁବନେଶ୍ୱର – ୭୩.୭୦
ମଙ୍ଗଳବାରଦିନ ପର୍ଯ୍ୟନ୍ତ ପେଟ୍ରୋଲର ଦାମ କ୍ରମାଗତଭାବେ ୧୬ ଦିନ ବଢ଼ିଥିଲା। ଦିଲ୍ଲୀରେ ୧୪ ମଇ, ୨୦୧୮ ଦିନ ପେଟ୍ରୋଲର ଦର ୭୪.୮୦ ଟଙ୍କା ପ୍ରତି ଲିଟର ଥିଲେ ଯାହା ୨୯ ମଇ, ୨୦୧୮ରେ ବଢ଼ିକରି ୭୮.୪୩ ପ୍ରତି ଲିଟର ହୋଇଯାଇଥିଲା ଅର୍ଥାତ୍ ୩.୬୩ ଟଙ୍କା ପ୍ରତି ଲିଟର (୪.୮୫%) ବୃଦ୍ଧି ହୋଇଥିଲା। ସେହିପରି ଡିଜେଲର ମୂଲ୍ୟରେ ମଧ୍ୟ ୧୬ ଦିନରେ ଡିଜେଲ ତିନି ଟଙ୍କା ଲିଟରରୁ ମଧ୍ୟ ଅଧିକ ମହଁଗା ହୋଇଯାଇଥିଲା। ଦିଲ୍ଲୀରେ ଡିଜେଲ ୧୪ ମଇ, ୨୦୧୮ ଦିନ ୬୬.୧୪ ଟଙ୍କା ଲିଟର ଥିଲା ଯାହା ୨୯ ମଇ, ୨୦୧୮ ଦିନ ବଢ଼ିକରି ୬୯.୩୯ ଟଙ୍କା ଲିଟର ହୋଇଯାଇଥିଲା। ୩.୨୫ ଟଙ୍କା ପ୍ରତି ଲିଟରରେ (୪.୯୨%) ବୃଦ୍ଧି ହୋଇଥିଲା। ଅନ୍ତର୍ରାଷ୍ଟ୍ରୀୟ ବଜାରରେ ତୈଳ ଦର କିଛି କମ ହୋଇଛି। ସରକାର ଏବେ ଆସୁଥିବା ଦିନମାନଙ୍କରେ ତୈଳ ଦରରେ ଆହୁରି କମ ହେବାର ଆଶା ରଖିଛନ୍ତି।