ରାଉରକେଲା, ୧୯/୮ (ସନ୍ଧାନ ନିୟୁଜ/ସୁବୋଧ ନାୟକ): ଦକ୍ଷିଣ ରାଉରକେଲାର ପେଟ୍ରୋଲ ପମ୍ପରେ ନୋ ହେଲମେଟ, ନୋ ପେଟ୍ରୋଲ ନିୟମ ପ୍ରହସନରେ ପରିଣତ ହେଲାଭଳି ସ୍ପଷ୍ଟ ରୂପେ ବାରି ହୋଇ ପଡୁଛି । ଏଠାରେ ରଙ୍ଗୋଲି ଛକ ନିକଟରେ ଏକ ପେଟ୍ରୋଲ ପମ୍ପ ଥିବା ବେଳେ, ଫେଟକଲ ନିକଟରେ ଆଉ ଏକ ପେଟ୍ରୋଲ ପମ୍ପ ରହିଛି । ଗତ ତିନି ବର୍ଷ ପ ୂର୍ବେ ହେଲମେଟ ନିପିନ୍ଧିଲେ ପେଟ୍ରୋଲ ମିଳିବ ନାହିଁ ବୋଲି କଡ଼ାକଡ଼ି ନିୟମ ପ୍ରଶାସନ ପକ୍ଷରୁ ଜାରି ହୋଇଥିଲେ ସୁଦ୍ଧା ପରବର୍ତୀ ଅବସ୍ଥାରେ ଏହି ନିୟମ ଧିରେ ଧିରେ ମାଟି କାମୁଡ଼ିବା ଦେଖିବାକୁ ମିଳିଥିଲା । ଗତ ଅଗଷ୍ଟ ୧୬ ତାରିଖରୁ ପୁଣିଥରେ ଏହି ନିୟମ ଲାଗୁ ହୋଇଥିଲେ ସୁଦ୍ଧା ଯୁବପିଢୀ ମାନେ ଏହି ନିୟମକୁ ଆଦୌ ମାନୁନଥିବା ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଯଦି ପେଟ୍ରୋଲ ପମ୍ପର କର୍ମଚାରୀ ମାନେ ତୈଳ ଦେଉ ନାହାନ୍ତି, ତେବେ ସେମାନଙ୍କୁ ଉଦଭ୍ରାନ୍ତ ଯୁବପିଢୀଙ୍କ କ୍ରୋଧର ଶୀକାର ହେବାକୁ ପଡୁଛି । ସମୟରେ ପେଟ୍ରୋଲ ପମ୍ପରେ ଅଯଥାରେ ଝିମିଟି ଖେଳରୁ ମହାଭାରତ ଭଳି ପରିସ୍ଥିତି ସୃଷ୍ଟି ହେଉଥିବାରୁ, ପେଟ୍ରୋଲ ପମ୍ପରେ ଥିବା ଅନ୍ୟ ଗ୍ରାହକ ମାନେ ପ୍ରଭାବିତ ହେଉଛନ୍ତି । ଅପରପକ୍ଷରେ ପୁଲିସ ପ୍ରଶାସନ ପକ୍ଷରୁ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଏଯାଏ ନିଆଯାଉ ନଥିବାରୁ ପେଟ୍ରୋଲ ପମ୍ପର କର୍ମଚାରୀ ମାନେ ସବୁବେଳେ ଆତଙ୍କର ବାତାବରଣରେ ରହୁଛନ୍ତି । ପ୍ରକାଶଥାଉକି, ଦକ୍ଷିଣ ରାଉରକେଲା ଦେଇ ଯାଇଛି ଜାତୀୟ ରାଜପଥ-୧୪୩ । ଏହି ରାସ୍ତାରେ ବାରମ୍ବାର ଛୋଟବଡ଼ ଦୁର୍ଘଟଣା ଘଟି ଅକାଳରେ ବାଇକ ଆରୋହୀ ମୃତୁ୍ୟବରଣ କରୁଛନ୍ତି । ଏଣୁ ଯୁବପିଢୀ ମାନେ ହେଲମେଟ ପିନ୍ଧି ବାଇକ ଚାଳନା କଲେ ଦୁର୍ଘଟଣାରୁ ବର୍ତି ପାରିବେ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।
ପେଟ୍ରୋଲ ପମ୍ପରେ ହେଲମେଟ ନିୟମ ମାନୁ ନାହାନ୍ତି ଯୁବଗୋଷ୍ଠୀ!
|
August 19, 2019 |