ବଡଚଣା, ୧୭/୦୫ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ବଡଚଣା ବ୍ଲକ ବୈରୀ ଥାନା ଅଧିନସ୍ଥ ବୈରୀ ଗ୍ରାମର ବୁଟୁ ମଲିକଙ୍କ ପୁଅ ଟୁକୁନା ମଲିକଙ୍କୁ ଉପରେ ସେହି ଗ୍ରାମର ତିନିଜଣ ବ୍ୟକ୍ତି ପୂର୍ବ ଶତ୍ରୃତାକୁ ନେଇ ମରଣାନ୍ତକ ଆକ୍ରମଣ କରିଥିବା ନେଇ ବୈରୀ ଥାନରେ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ଟୁକୁନା ଆଜି ନିଜ ବାଇକରେ ଫେରୁଥିବା ବେଳେ ସେହି ଗ୍ରାମର ଅନାଦି ମଲିକ ତାଙ୍କ ପୁଅ ଶଶିକାନ୍ତ ମଲିକ, ଗଣେଶ୍ୱର ମଲିକ ପ୍ରମୁଖ ସଂଘବଦ୍ଧ ଭାବରେ ଲୁହା ରଡ, ଶବଳ ଇତ୍ୟାଦି ମାରଣାସ୍ତ୍ର ଧରି ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ତାଙ୍କ ମୁଣ୍ଡରେ ଏବଂ ଅଖୀରେ ଗଭୀର ଆଘାତ ଲାଗିଥିଲା । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭତ୍ତି କରିଥିଲେ । ପରେ ସେ ଚିକତ୍ସିତ ହୋଇ ଫେରିବା ପରେ ଥାନାରେ ଏତଲା ଦେଇଥିବା ସୂଚନା ମିଳିଛି । ଏହି ବିଷୟରେ ଥାନା ଅଧିକାରୀଙ୍କୁ ପଚାରିବାରୁ ଉଭୟ ପକ୍ଷରୁ ଏତଲା ଦିଆଯାଇଛି ଏବଂ ତଦନ୍ତ ଜାରି ରହିଛି ବୋଲି ପ୍ରକାଶ କରିଥିଲେ ।
ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ଯୁବକଙ୍କୁ ମରାଣାନ୍ତକ ଆକ୍ରମଣ
|
May 17, 2021 |



