ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ହତ୍ୟା

Spread the love

ବଡ଼ସାହି, ୧୪/୦୬ (ସନ୍ଧାନ ନିଉଜ) : ମୟୁରଭଞ୍ଜ ଜିଲା ବଡ଼ସାହି ବ୍ଲକର ତେନ୍ତୁଳିଗାଁରେ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଏକ ହତ୍ୟାକାଣ୍ଡ ଘଟିଛି। ଅଭିଯୁକ୍ତଙ୍କ ଠେଙ୍ଗା ମାଡ଼ରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ରବୀନ୍ଦ୍ର ଦେହୁରୀ(୬୫)। ଘଟଣା ଘଟିଛି ଶନିବାର ରାତିରେ। ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ତାଙ୍କର ପରିବାର ବର୍ଗ ଓ କିଛି ଗ୍ରାମଲୋକଙ୍କ ପ୍ରତିଆକ୍ରମଣରେ ୨ଜଣ ଅଭିଯୁକ୍ତ ଗୁରୁତର ଆହାତ ହୋଇଛନ୍ତି। ଖବର ପାଇ ବଡ଼ସାହି ପୁଲିସ ଘଟଣାସ୍ଥଳରେ ପହଞ୍ଚି ୨ଗୁରୁତରଙ୍କୁ ଉଦଳା ଡ଼ାକ୍ତରଖାନାକୁ ପଠାଇଛନ୍ତି। ରବିବାର ବେତନଟୀ ଏସଡ଼ିପିଓ ସଦଳବଳେ ସାଇଣ୍ଟିଫିକ ଟିମ ସହିତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଘଟଣାରୁ ପ୍ରକାଶ ଯେ, ନିହତ ଜଣଙ୍କ ତେନ୍ତୁଳିଗାଁ ହାଟପଡ଼ିଆ ପାଖରେ ଘର କରି ରହୁଛନ୍ତି। ଗାଁ ପୋଖରୀ ନିଲାମକୁ ନେଇ ଆକ୍ରମଣକାରୀଙ୍କ ମଧ୍ୟରେ ତାଙ୍କର ଶତ୍ରୁତା ରହିଥିଲା। କରୋନା କଟକଣା ପାଇଁ ଗାଁ ରଜ ହାଟ ସମୟ ପରିବର୍ତ୍ତନକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଶନିବାର ସକାଳେ କୁଆଡ଼େ ବଚସା ହୋଇଥିଲା। ପରେ ସନ୍ଧ୍ୟା ସମୟରେ ରବୀନ୍ଦ୍ର ଗାଁ ଘରୁ ଖାଇବା ନେଇ ନିଜର ଟିଭିଏସ ମୋଫେଡ଼ ଯୋଗେ ହାଟପଡ଼ିଆ ଘରକୁ ଆସୁଥିବା ବେଳେ ପୂର୍ବରୁ ଜଗିଥିବା ଗ୍ରାମର ଦିଲ୍ଲିପ ଜେନା(୬୫), ତାଙ୍କ ପୁଅ ବିଟୁ ଓରଫ ଗୋଲକ ବିହାରୀ ଓ ସନ ସିଂଙ୍କ ପୁଅ ରବି(୨୫) ମିଳିତ ଆକ୍ରମଣ କରିଥିଲେ। ବାଡ଼ରୁ ବାଉଁଶ ବଲା ଉପାଡ଼ି ରବୀନ୍ଦ୍ରଙ୍କୁ ବାଢ଼େଇବାରୁ ତାଙ୍କର ମୁଣ୍ଡଫାଟି ପ୍ରଚୁର ରକ୍ତ ସ୍ରାବ ପରେ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ବୋଲି ଅଭିଯୋଗରେ ଦର୍ଶାଯାଇଛି। ପୁଲିସ ୩ଅଭିଯୁକ୍ତଙ୍କ ନାମରେ ଏକ ହତ୍ୟାକାଣ୍ଡ ମାମଲା ରୁଜୁ କରିଛି। ଅପରପକ୍ଷରେ ରବୀନ୍ଦ୍ର ନିହତ ଖବର ଜଣାପଡ଼ିବା ପରେ ତାଙ୍କ ପରିବାର ଓ କିଛି ଗ୍ରାମବାସୀ କୁଆଡ଼େ ଅଭିଯୁକ୍ତ ଦିଲ୍ଲିପ ଓ ରବିଙ୍କୁ ନିର୍ଘାତ ମାଡ଼ ମାରଥିଲେ। ଗୁରୁତର ଆହାତ ଅବସ୍ଥାରେ ସେମାନଙ୍କୁ ପୁଲିସ୍‍ ଉଦ୍ଧାର କରି ଡ଼ାକ୍ତରଖାନା ପଠାଇଛି। ଅନ୍ୟଜଣେ ଅଭିଯୁକ୍ତ ଗୋଲକବିହାରୀ ଫେରାର ଥିବା ବେଳେ ଗ୍ରାମରୁ ଆଉ କିଛି ଲୋକ ଫେରାର ରହିଛନ୍ତି। ପୁଲିସ ଅଧିକ ତଦନ୍ତ ଜାରି ରଖିଛି | Report- Lingaraj Panda

Related Posts

About The Author

Add Comment