ଧର୍ମଶାଳା, ୨୦/୯ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ମୁସଲମାନ (କଂଟାବଣିଆ) ବସ୍ତିରେ ଶୁକ୍ରବାର ଅପରାହ୍ନରେ ବୋମା ମାଡ ହୋଇଥିବା ସୂଚନା ମିଳିଛି । ଏଥିରେ କୈଣସି କ୍ଷତି ହୋଇନଥିବା ବେଳେ ପୂର୍ବ ଶତ୍ରୁତାକୁ ନେଇ ଏଭଳି କରାଯାଇଥିବା ଆଲୋଚନା ହେଉଛି । ଘଟଣାରୁ ପ୍ରକାଶଯେ କଂଟାବଣିଆ ଅକତର ହୋସେନଙ୍କ ପୁଅ ଗାଲିବ ହୋସେନଙ୍କ ଘର ଉପରେ ସମୟ ପାଖାପାଖି ସାଢେ ୪ଟା ବେଳେ ଦୁଇଜଣ ଦୁବୃର୍ତ୍ତ ଏକ ଆପେଚେ ଗାଡିରେ ଆସି ଦୁଇଟି ବୋମା ତାଙ୍କ ଘରର ପଛ ଭାଗରେ ମାଡ କରିଥିଲେ । ଦୁଇଟି ବୋମା ମଧ୍ୟରୁ ଗୋଟିଏ ଘଟଣାସ୍ଥଳରେ ଫୁଟିଥିବା ବେଳେ ଅନ୍ୟଟି ଫୁଟି ନଥିଲା । ତେବେ ନିକଟସ୍ଥ ଲୋକେ ତା୍କୁ ଧରିବାକୁ ଚେଷ୍ଟା କରିଥିବା ବେଳେ ଉଭୟ ଦୃତଗତିରେ ଘଟଣାସ୍ଥଳରୁ ଖସି ଯିବାରେ ସକ୍ଷମ ହୋଇଥିଲେ । ତେବେ ଧର୍ମଶାଳା ପୋଲିସ ଘଟଣା ସ୍ଥଳରେ ପଂହଚି ତଦନ୍ତ ଚଳାଇଛି । ତେବେ ଏହି ଘଟଣା ବ୍ୟକସ୍ଥାୟିକ ପାଇଁ ହୋଇଥିବା କୁହାଯାଉଥିବା ବେଳେ ଅନ୍ୟ କେତକ କିଛି ଅନ୍ୟ କାରଣ ପାଇଁ ହୋଇଥିବା କହୁଛନ୍ତି ।
Report- Manas Kumar Rout



