ପୂର୍ବ ଭାରତକୁ ଇସ୍ପାତ୍‌ର ପେଣ୍ଠସ୍ଥଳି କରିବା ପାଇଁ ରୋଡମ୍ୟାପ୍

Spread the love

ଭୁବନେଶ୍ୱର, ୨୧/୦୭/୨୦ (ସନ୍ଧାନ ନିଉଜ) : ପୂର୍ବ ଭାରତକୁ ଇସ୍ପାତ୍‌ର ପେଣ୍ଠସ୍ଥଳି କରିବା ପାଇଁ ଭବିଷ୍ୟତର ରୋଡମ୍ୟାପ୍ ଉପରେ ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ) କୃଷ୍ଣମୂର୍ତି ସୁବ୍ରମଣିଅନଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିରେ ପୂର୍ବ ଭାରତକୁ ଆଗେଇ ନେବାର ଲକ୍ଷ୍ୟ ରହିଛି। ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ପୂର୍ବଦୋୟ ଯୋଜନା ପୂର୍ବ ଭାରତକୁ ଜାତୀୟ ଅଭିବୃଦ୍ଧିରେ ଆଗେଇ ନେବ। ଆଗାମୀ ଦିନରେ ପୂର୍ବ ଭାରତ ସମ୍ପୂର୍ଣ୍ଣ ଇସ୍ପାତ୍‌ର ପେଣ୍ଠସ୍ଥଳି ହେଲେ ସ୍ଥାନୀୟ ଅଂଚଳରେ ଅର୍ଥନୀତି ସୁଦୃଢ ହେବ ଏବଂ ଯୁବକଙ୍କ ପାଇଁ ଗୋଟିଏ ବଡ ଆକାରର ସୁଯୋଗ ସୃଷ୍ଟି ହେବ। ଏହି ଯୋଜନା ଆତ୍ମନିର୍ଭର ଭାରତ ତିଆରି କରିବାରେ ମଧ୍ୟ ଯୋଗଦାନ ରହିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ପୂର୍ବ ଭାରତରେ ଇସ୍ପାତ୍ କ୍ଷେତ୍ରକୁ ମଜବୁତ୍ କରିବାର ଲକ୍ଷ୍ୟ ନେଇ ହୋଇଥିବା ଏହି ବୈଠକରେ ଇସ୍ପାତ୍‌ ମନ୍ତ୍ରାଳୟ ଓ ସିପିଏସଇର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଇସ୍ପାତ୍‌ର ରପ୍ତାନୀ ବୃଦ୍ଧି, ଉଚ୍ଚକୋଟୀର ସାମଗ୍ରୀ ଉତ୍ପାଦନରେ ଉନ୍ନତି, ଆମଦାନୀ, ମୂଲ୍ୟ ଏବଂ ଇସ୍ପାତ୍ କ୍ଲଷ୍ଟର ଉପରେ ଭବିଷ୍ୟତର ରୋଡମ୍ୟାପ୍ ଉପରେ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା।

Related Posts

About The Author

Add Comment