ବାରିପଦା, 10.12.2020 (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା) ଲୁଟେରାଙ୍କ ଟାର୍ଗେଟରେ ବାରିପଦପୌରାଞ୍ଚଳା ପ୍ରଥମେ ବ୍ୟାଙ୍କରୁ ଟଙ୍କ ଉଠାଉଥିବା ବ୍ୟକ୍ତିଙ୍କୁ ଟାର୍ଗେଟ କରି ବାଇକ୍ରେ ଆସି ଲୁଟ୍, ପରେ ବ୍ୟବସାୟୀଙ୍କୁ ବନ୍ଧୁକ ମୁନରେ ଆକ୍ରମଣ କରି ଡକାୟତି। ଆଉ ଏବେ ଅଳଙ୍କାର ସଫା କରିବା ଆଳରେ ଘରେ ପଶି ମହିଳାଙ୍କଠାରୁ ସୁନା ଅଳଙ୍କାର ଲୁଟ୍ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ଲୁଟେରାମାନେ ଏପରି । କାଣ୍ଡ କରିଚାଲିଛନ୍ତି। ପୁଲିସକୁ ଏକପ୍ରକାରଚ୍ୟାଲେଞ୍ଜ ଦେଇ ବେଧଡ଼କଏପରି ଲୁଟ୍ ହେଉଛି। ହେଲେ ଏଯାବତ କୌଣସି ଘଟଣାରେ ଅଭିଯୁକ୍ତ ଧରାପଡ଼ିବା ପୁଲିସରଭାବମୂର୍ତ୍ତି ଉପରେ ଆଞ୍ଚ ଆଣିଛି । କିଛି ଦିନ ତଳେ ବଡ଼ବଜାରରଜଣେ ଠିକାଦାରଙ୍କ ବାଇକ୍ ଡିକି ଭାଙ୍ଗି ଲକ୍ଷେ ଟଙ୍କା ଲୁଟହୋଇଥିଲା । ଏହାପୂର୍ବରୁ ଅନୁରୂପ ଭାବେ ବାଲେଶ୍ବର ଗୋଲେଇ ଏବଂ ଆଉ ଏକ ସ୍ଥାନରୁ ବାଇରେ ଆସି ଲୁଟେରାମାନେ ଲୁଟ କରି ଚାଲି ଯାଇଥିଲେ । ସେହିପରି ଗତ ସୋମବାର ରାତି ପ୍ରାୟ ସାଢ଼େ ୮ଟାରେ ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ପ୍ରାୟ ୮୦ହଜାର ଟଙ୍କା ଲୁଟିଥିବା ହୋଇଥିଲା । ଆଜି ବାରିପଦା ପୌରପରିଷଦର ୧୪ ନମ୍ବର ୱାର୍ଡ ତୁଳସୀଚଉରା ଅଞ୍ଚଳରେ ଜଣେ ବ୍ୟକ୍ତି କଂସା ପିତ୍ତଳ ବାସନ ସଫା କରିବା ଆଳରେ ସୁନା ଅଳଙ୍କାର ଲୁଟ୍ କରିଛନ୍ତି । ସନାତନ କର ବାରିପଦା ସହରର ତୁଳସୀଚଉରାସ୍ଥିତ କ୍ଷେତ୍ରମୋହନ ରଣାଙ୍କଘରେ ଭଡ଼ାରେ ରହି ଅଟୋ ଚଳାଇ ପରିବାରଭରଣପୋଷଣ କରନ୍ତି । ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟା ସମୟରେ ସନାତନ ଓ ଘରର ମାଲିକ କ୍ଷେତ୍ରମୋହନ ନ ଥିବା ସମୟରେ ଜଣେ ଅପରିଚିତ ବ୍ୟକ୍ତି ପହଁଞ୍ଚି କଂସା ପିତ୍ତଳ ବାସନ ସଫା କରିଦେବ ବୋଲି କହିଥିଲେ। କଥାବାର୍ତ୍ତା ଭିତରେ ଘରର ମହିଳାମାନଙ୍କୁ ପ୍ରଭାବିତ କରି । ସୁନା ଅଳଙ୍କାର ସଫା କରିଦେବାକୁ କହିଥିଲେ। ସନାତନଙ୍କ ସ୍ତ୍ରୀ ରଶ୍ମିତା କର ଓ କ୍ଷେତ୍ରମୋହନଙ୍କ ଝିଅ ଲପିତା ରଣାଙ୍କ ନିକଟରୁ ଗୋଟାଏ ସୁନା ହାର, ସୁନା ଲକେଟ ଓ କାନଫୁଲ ସଫା କରିବାକୁ ନେଇ କୌଶଳକ୍ରମେ ଚମ୍ପଟ ମାରିଥିଲେ। ଘରେ ପହଞ୍ଚି ସମସ୍ତ ବିଷୟ ଜାଣିବା ପରେ ସନାତବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି।ତେବେ କିଛି ମାସ ମଧ୍ୟରେ ବାରିପଦା ସହରରେ ଲୁଟେରାମାନେ ଏପରି ସକ୍ରିୟ ହେବା ଦ୍ବାରା । ସାଧାରଣ ଲୋକ ଭୟଭୀତ ହୋଇପଡ଼ିଛନ୍ତି । ପୁଲିସ ଏଥିପ୍ରତି ଗୁରୁତ୍ବ ଦେବାସହ ପାଟ୍ରୋଲିଂ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବାକୁ ଦାବି ହୋଇଛି।
ପୂର୍ବରୁ ବନ୍ଧୁକ ଦେଖାଇ ଲୁଟିଥିଲେ, ଏବେ ଅଳଙ୍କାର ସଫା ଆଳରେ ଲୁଟିଲେ
|
December 10, 2020 |